Advertisement
Categories: ଫୁରସତ

ଏମିତି ଗାଁ ଯେଉଁଠି ଦୁଇ ଦଶକ ହେବ ହୋଇ ପାରୁନାହିଁ ବାହାଘର

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁହନ୍ତୁ ଅବା ଆଧୁନିକ ସହର ସବୁଠି ବିବାହ ସୁରୁଖୁରୁରେ ହେଉଥିବା ଦେଖାଯାଏ। କିନ୍ତୁ ବିହାରରେ ଏମିତି ଏକ ଗାଁ ରହିଛି ଯେଉଁଠି ଦୁଇ ଦଶକ ହେବ ଶାହାନାଇ ବାଜିନାହିଁ ଅର୍ଥାତ୍‌ କାହାର ବାହାଘର ହୋଇନାହିଁ। ବିହାର ଭାଗଲପୁର ଜିଲାର ଚନ୍ନୋହଲି ଗାଁରେ ଦେଖିବାକୁ ମିଳେ ଏମିତି ଦୃଶ୍ୟ। ଏହି ଗାଁରେ ପାଖାପାଖି ୬ହଜାର ଲୋକ ବସବାସ କରନ୍ତି। ହେଲେ ଏହି ଗାଁକୁ ଗମନାଗମନର ସୁବିଧା ନାହିଁ। ଆଉ ଏହି ଗାଁ ଦେଇ ବହି ଯାଇଛି ଚାନ୍ଦନ ନାମକ ଏକ ନଦୀ। ଯାହା ଗାଁରେ ତିନି ପାର୍ଶ୍ୱକୁ ଲାଗି ରହିଛି। ଫଳରେ ଏହି ଗାଁକୁ ଯିବାକୁ ସଡ଼କର ବ୍ୟବସ୍ଥା ନାହିଁ। ଅନେକ ଥର ଗାଁ ଲୋକଙ୍କ ଉଦ୍ୟମରେ କଚା ସଡ଼କ ଅବା ବାଉଁଶ ପୋଲ ତିଆରି କରି ବାହାରକୁ ଯିବା ଆସିବାର ବ୍ୟବସ୍ଥା କରାଯାଉଥିବା ବେଳେ ଏହା ଉପରେ କିନ୍ତୁ ଭରସା କରି ହୁଏ ନାହିଁ। ଆଉ ବର୍ଷା ଦିନେ ତ ଏହା ବାହ୍ୟ ଜଗତଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କହିଲେ ଚଳେ। ଯେହେତୁ ଏହି ଗାଁକୁ ରାସ୍ତାର ସୁବିଧା ନାହିଁ ସେଥିପାଇଁ କେହି ଏହି ଗାଁରୁ ଝିଅ ଆଣିବାକୁ ଅବା ଝିଅ ଦେବାକୁ ଇଚ୍ଛା ପସନ୍ଦ କରନ୍ତି ନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share