Categories: ଜାତୀୟ

ଡୋମେଷ୍ଟିକ୍‌ ଫ୍ଲାଇଟ୍‌ରେ ମିଳିବ ନାହିଁ ଖାଦ୍ୟ

ନୂଆଦିଲ୍ଲୀ, ୧୨ା୪- ଦୁଇ ଘଣ୍ଟାରୁ କମ୍‌ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚୁଥିବା ଡୋମେଷ୍ଟିକ୍‌ ଫ୍ଲାଇଟ୍‌ରେ ଆଉ ଖାଦ୍ୟ ପରିବେଷଣ କରାଯିବ ନାହିଁ। କୋଭିଡ୍‌ ସଂକ୍ରମଣ ହାରକୁ କମ୍‌ କରିବା ପାଇଁ ବେସାମରିକ ବିମାନ ଚଳାଚଳ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଆସନ୍ତା ଗୁରୁବାରଠାରୁ ଦେଶ ମଧ୍ୟରେ ଚଳାଚଳ କରୁଥିବା ଫ୍ଲାଇଟ୍‌ରେ ଏହି ନିୟମ ଲାଗୁ କରାଯିବ।

କରୋନାର ଦ୍ୱିତୀୟ ଲହରରେ ଭାରତ ସବୁଠୁ ଖରାପ ସ୍ଥିତି ଦେଇ ଗତି କରୁଛି। ବିଶ୍ୱରେ ସର୍ବାଧିକ ସଂକ୍ରମଣରେ ବ୍ରାଜିଲକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି ଭାରତ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୋମବାର କୁହାଯାଇଛି, ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗୁଥିବା ଫ୍ଲାଇଟ୍‌ରେ ପ୍ୟାକେଟ୍‌ ମିଲ ଦିଆଯାଇପାରିବ। ସେଥିରେ ଡିସପୋଜେବଲ କଟଲେରି ଓ ପ୍ଲେଟ୍ସ ରହିବା ଦରକାର। ପ୍ରତ୍ୟେକ ମିଲ ପାଇଁ କ୍ରୁ ମେମ୍ବରଙ୍କୁ ନୂଆ ଗ୍ଲୋବ୍ସ ପିନ୍ଧିବାକୁ ପଡ଼ିବ। ଗତବର୍ଷ ଲକଡାଉନ ମେ’ ୨୫ରେ ମନ୍ତ୍ରଣାଳୟ ପକ୍ଷରୁ କିଛି ସର୍ତ୍ତରେ ଫ୍ଲାଇଟ୍‌ରେ ଖାଦ୍ୟ ପରିବେଷଣକୁ ଅନୁମତି ଦିଆଯାଇଥିଲା।

Share