Categories: ଜାତୀୟ

ସପ୍ତାହର ପ୍ରଥମ ୪ ଦିନ କାର୍ଯ୍ୟାଳୟ ଛାଡିବେ ନାହିଁ କୌଣସି ମନ୍ତ୍ରୀ

ନୂଆଦିଲ୍ଲୀ,୨୦।୬: ମୋଦି ସରକାର ୩.୦ର ଶୁଭାରମ୍ଭ ସହିତ ନୂତନ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। କ୍ୟାବିନେଟ ମନ୍ତ୍ରୀ ହୋଇଥିବା ଜିତନ ରାମ ମାନଝୀ କହିଛନ୍ତି, ଏଥର ପୂର୍ବ ଅପେକ୍ଷା ଦୃଢ ସଂକଳ୍ପ ନେବାକୁ ପଡିବ, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତକୁ ବିଶ୍ୱର ତୃତୀୟ ଅର୍ଥନୀତିରେ ଆଣିବାକୁ ପ୍ରଧାନମନ୍ତ୍ରୀ ସ୍ଥିର କରିଛନ୍ତି, ଏଥିପାଇଁ ମନ୍ତ୍ରୀମାନଙ୍କୁ ଟାସ୍କ ଦିଆଯାଇଛି। ମନ୍ତ୍ରୀମାନଙ୍କୁ କୁହାଯାଇଛି ଯେ, ସପ୍ତାହର ପ୍ରଥମ ଚାରି ଦିନରେ କୌଣସି ମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟ ଛାଡିବେ ନାହିଁ।ସୋମବାର, ବୁଧବାର, ମଙ୍ଗଳବାର ଏବଂ ଗୁରୁବାର ମନ୍ତ୍ରୀ କାର୍ଯ୍ୟାଳୟରୁ କୁଆଡେ ଯିବେ ନାହିଁ। ପ୍ରଥମେ ସରକାରୀ କାର୍ଯ୍ୟ କରିବୁ, ଏହା ପରେ ଆମେ ନିଜ ଅଞ୍ଚଳକୁ ଯିବା।
୭୯ ବର୍ଷିୟ ଜିତନ ରାମ ମାନ୍‌ଝୀ ମୋଦି କ୍ୟାବିନେଟର ସବଠୁ ବୟୋଜ୍ୟେଷ୍ଠ ମନ୍ତ୍ରୀ ହୋଇଛନ୍ତି। ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ମାନ୍‌ଝୀ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ବିହାରର ୨୩ତମ ମୁଖ୍ୟମନ୍ତ୍ରୀ ରହିଛନ୍ତି ଏବଂ ହିନ୍ଦୁସ୍ତାନୀ ଆୱମ ମୋର୍ଚ୍ଚା (ହମ୍‌) ର ପ୍ରତିଷ୍ଠାତା ସଭାପତି ଅଟନ୍ତି। ଏହାପୂର୍ବରୁ ସେ ନୀତୀଶ କୁମାରଙ୍କ କ୍ୟାବିନେଟରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ଥିଲେ। ସେ ୨୦୨୪ ସାଧାରଣ ନିର୍ବାଚନରେ ଗୟା ଆସନରୁ ଜିତିଛନ୍ତି।

Share