ଭିସୁଟକୁ ମଡର୍ଣ୍ଣ ଡ୍ରେସ୍‌ ପିନ୍ଧି ଏଣ୍ଟ୍ରି ମନା

ସମ୍ବଲପୁର,୨୧।୩: ଭିସୁଟ୍‌ କୁଳପତିଙ୍କ କଡା ନିର୍ଦ୍ଦେଶ। ଆଧୁନିକ ଏବଂ ଛୋଟ ପୋଷାକ ପିନ୍ଧି ଆସିପାରିବେନି ଛାତ୍ରୀଛାତ୍ର। ଏନେଇ ସମ୍ବଲପୁର ଭିସୁଟ କୁଳପତି ନୋଟିସ୍‌ ଜାରି କରିଛନ୍ତି।

ଚଳିତ ବର୍ଷ ବସନ୍ତ ଉତ୍ସବ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ଏହି ନିଷ୍ପତ୍ତି ନିଆଯାଇଥିବା କୁଳପତି କହିଛନ୍ତି। ଛାତ୍ରୀଛାତ୍ରଙ୍କୁ ଏହା ବଦଳରେ ପାରମ୍ପରିକ ପୋଷାକ ପିନ୍ଧିବାକୁ କୁହାଯାଇଛି। ଯଦି କେହି ଏହି ନିୟମକୁ ଖିଲାପ କରନ୍ତି ତେବେ ତାଙ୍କୁ କ୍ୟାମ୍ପସ୍‌ ଭିତରକୁ ଛଡା ଯିବ ନାହିଁ। ଏଥିସହ ନିୟମ ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି । ବସନ୍ତ ଉତ୍ସବ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାବେଳେ ଏଥିରେ ରାଜ୍ୟର ସଂସ୍କୃତିକୁ ବଜାୟ ରଖିବାକୁ ପାଇଁ ଏଭଳି ନିଷ୍ପତ୍ତିି ନିଆଯାଇଥିବା କୁହାଯାଇଛି ।

Share