ଚିକିତ୍ସା ପାଇଁ ଅର୍ଥ ନାହିଁ, ଚିନ୍ତାରେ ବାପା

ବାଲେଶ୍ୱର ଅଫିସ, ୭ା୫ ବାଲେଶ୍ୱର ସହର ଅଙ୍ଗାରଗଡ଼ିଆଠାରେ ରହୁଥିବା ଦିନମଜୁରିଆ ସପନ ବିନ୍ଧାଣିଙ୍କ ୫ବର୍ଷର ଝିଅ ଶୁଭଲକ୍ଷ୍ମୀ। ହସିଖେଳି ସାଙ୍ଗମାନଙ୍କ ସହ ଦିନ କଟାଇବା ସମୟରେ ଦୁଇଟି ଟ୍ୟୁମରରେ ସେ ଆକ୍ରାନ୍ତ। ତାଙ୍କ ବ୍ରେନରେ ଏକ ଟ୍ୟୁମର ହୋଇଥିବା ବେଳେ କାନ୍ଧ ପାଖରେ ମଧ୍ୟ ଏକ ଟ୍ୟୁମର ହୋଇଛି। ବ୍ରେନ୍‌ ପାଖରେ ହୋଇଥିବା ଟ୍ୟୁମର ଶିର ସହ ଯୋଡ଼ି ହୋଇଯାଇଥିବା ଡାକ୍ତରଙ୍କ ପକ୍ଷରୁ ଜଣାପଡ଼ିଛି।
ଅସ୍ତ୍ରୋପଚାର ପାଇଁ ବାଲେଶ୍ୱରରେ ସୁବିଧା ନ ଥିବାରୁ ସେମାନେ କଟକ ବଡ଼ ଡାକ୍ତରଖାନାକୁ ରେଫର କରିଦେଇଥିଲେ। ଶୁଭଲକ୍ଷ୍ମୀଙ୍କ ପରିବାର କଟକ ବଡ଼ ଡାକ୍ତରଖାନାକୁ ବାରମ୍ବାର ଯିବା ପରେ ବି ସେଠାରେ ଅସ୍ତ୍ରୋପଚାର କରାଯାଇ ନ ଥିଲା। ତେଣୁ ବାପା ସପନ ନିଜ ଝିଅର ଅସ୍ତ୍ରୋପଚାର ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନାରେ ଘରୋଇ ହସ୍ପିଟାଲ ଯାଇଥିଲେ। ମାତ୍ର ଝିଅର ବୟସ ଏବେ ୫ବର୍ଷ ହୋଇଥିବାରୁ ଝିଅ ଶୁଭଲକ୍ଷ୍ମୀଙ୍କ ନାମ ରାଶନ କାର୍ଡ଼ରେ ନ ଥିଲା। ତେଣୁ ବିଜୁ ସ୍ବାସ୍ଥ୍ୟକାର୍ଡ଼ରେ ଅପରେଶନ ସମ୍ଭବ ହୋଇପାରି ନ ଥିଲା। ସପନଙ୍କ ନିକଟରେ ଅର୍ଥ ନ ଥିବାରୁ କୁନି ଝିଅର ଅସ୍ତ୍ରୋପଚାର କରିବା ଅସମ୍ଭବ ହୋଇପଡ଼ିଛି। ଆଶା ହରାଇ ସେ ଘରେ ବସି ରହିଛନ୍ତି। ଏସ୍‌ଆର୍‌ବି ସ୍ବସ୍ତିକ ପଭର୍ଟି ଫାଉଣ୍ଡେଶନ ଅଧ୍ୟକ୍ଷା ସଂଯୁକ୍ତାରାଣୀ ବେହେରା ଏବଂ ଆଚ୍ଛା ସଙ୍ଗଠନ ସଭାପତି ବିସ୍ମିତ ରଞ୍ଜନ ଦାସ ଖବରପାଇ ସପନଙ୍କ ଘରେ ପହଞ୍ଚିଥିଲେ। ସମସ୍ତ ଘଟଣା ବୁଝିବା ପରେ ସପନଙ୍କ ପରିବାରରେ ଥିବା ରାଶନକାର୍ଡ଼ରେ ଝିଅର ନାମ ଉଠାଇବା ପାଇଁ ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରି ନିରାଶ ହୋଇଥିଲେ। ପରେ ଜିଲା ଜରୁରୀକାଳୀନ ଅଫିସ୍‌କୁ ଯାଇ ସହାୟତା ପାଇଁ ଆଲୋଚନା କରି ବିଫଳ ହେବାରୁ ଶୁଭଲକ୍ଷ୍ମୀଙ୍କ ଅସ୍ତ୍ରୋପଚାରର ଆଶା ମଉଳିଯାଇଛି।
ଜିଲା ଜରୁରୀକାଳୀନ ଅଧିକାରିଣୀ ରିଜୱାନା କୱକବ କହିଛନ୍ତି, ଉକ୍ତ ନାମଧାରୀ କୌଣସି ବ୍ୟକ୍ତି ଶିଶୁକନ୍ୟାର ସମସ୍ୟା ନେଇ ଆସିନାହାନ୍ତି। ତାଙ୍କୁ ରାଷ୍ଟ୍ରୀୟ ବାଲ୍‌ ସୁରକ୍ଷା କାର୍ଯ୍ୟକ୍ରମ (ଆର୍‌ବିଏସ୍‌) ଯୋଜନାରେ ଭଲ କରି ଚିକିତ୍ସା କରାଯାଇପାରିବ। ଏହାପରେ ମଧ୍ୟ ତାଙ୍କୁ ରେଡ଼କ୍ରସ୍‌ ଭଳି ବିଭିନ୍ନ ସଂସ୍ଥାରୁ ଆର୍ଥିକ ସହାୟତା ଯୋଗାଇ ଦିଆଗଲେ ଚିକିତ୍ସା ହୋଇପାରିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚରମ ନିଷ୍ପତ୍ତି : ଜାଗା ପାଇଁ ଦେହରେ ପେଟ୍ରୋଲ ଢାଳି ନିଜୁକ ଜାଳିଲେ

ନୀଳଗିରି,୨୨।୯(ପ୍ରଶାନ୍ତ କୁମାର ବିଶ୍ବାଳ): ଜିଲାପରିଷଦ ପାଣ୍ଠିରୁ ଗାଁ ଲୋକେ ନିର୍ମାଣ କରୁଥିଲେ କଂକ୍ରିଟ ରାସ୍ତା। ହେଲେ ଏହି ରାସ୍ତାକୁ ନିଜ ଜାଗା କହି ରାସ୍ତା ନିର୍ମାଣକୁ...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri