Categories: ଜାତୀୟ

ଅର୍ଥ ନାହିଁ, ତଥାପି କିଙ୍ଗ୍‌: କୁମାରସ୍ବାମୀ

ବେଙ୍ଗାଲୁରୁ,୧୧ା୫: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ନିର୍ବାଚନ ଶେଷରେ ହାତ ଟେକିଦେଇଛନ୍ତି। ସେ କହିଛନ୍ତି, ଜେଡିଏସ୍‌କୁ ଏଥର ୨୫ ଆସନରେ ଝଟ୍‌କା ଲାଗିପାରେ। ଅର୍ଥାଭାବ ହେତୁ ଏହି ଆସନଗୁଡ଼ିକରେ ବିଜୟ ସମ୍ଭାବନା ମଉଳିଯାଇଛି। ପ୍ରାର୍ଥୀମାନଙ୍କୁ ସେ ଆର୍ଥିକ ସହାୟତା ଦେଇପାରି ନାହାନ୍ତି। ଏହାସତ୍ତ୍ୱେ ତାଙ୍କ ଦଳ କଂଗ୍ରେସ ଏବଂ ଭାଜପାଠାରୁ ଆଗରେ ରହିବ ବୋଲି ସେ ଦାବି କରିଛନ୍ତି। ତେବେ ଏଥର ଜେଡିଏସ୍‌ କିଙ୍ଗ୍‌ ମେକର ଭୂମିକାରେ ଆସିବ ନାହିଁ। କିଙ୍ଗ୍‌ ହେବ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ପୁଅ କୁମାରସ୍ବାମୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

 

Share