Posted inଜାତୀୟ

ପ୍ରତିଶ୍ରୁତି ପୂରଣ ପାଇଁ ନାହିଁ ଅର୍ଥ, କେନ୍ଦ୍ରକୁ ୧୧ ହଜାର କୋଟି ମାଗିଲେ କର୍ନାଟକ ସରକାର…

ବେଙ୍ଗାଲୁରୁ,୨୨।୮ : କର୍ନାଟକ ନିର୍ବାଚନରେ କଂଗ୍ରେସ ଏକ ଉଲ୍ଲେଖନୀୟ ବିଜୟ ହାସଲ କରି ସରକାର ଗଠନ କରିଥିଲା। କିନ୍ତୁ ବର୍ତ୍ତମାନ କର୍ନାଟକରେ କ୍ଷମତାକୁ ଆସିଥିବା କଂଗ୍ରେସ ସରକାର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ନେଇ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ କର୍ନାଟକ ପାଇଁ ସ୍ବତନ୍ତ୍ର ଅନୁଦାନ ଦାବିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ରାଜ୍ୟମନ୍ତ୍ରୀ ସିଦ୍ଦରାମାୟାଙ୍କୁ ଚିଠି ଲେଖିଛନ୍ତି। ୫ ନିର୍ବାଚନ ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିବା ଏବଂ ନିୟମିତ ବିକାଶମୂଳକ ପ୍ରକଳ୍ପ କରିବାରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇ କର୍ନାଟକ ସରକାର ଅଗଷ୍ଟ ୧୯ ରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ୧୫ ତମ ଅର୍ଥ ଆୟୋଗଙ୍କ ସୁପାରିଶ ଅନୁଯାୟୀ ୧୧ ହଜାର କୋଟିର ଏକ ସ୍ବତନ୍ତ୍ର ପାଣ୍ଠି ରାଜ୍ୟ ପାଇଁ ମାଗିଛନ୍ତି।

ରିପୋର୍ଟ ଅନୁଯାୟୀ, ସିଦ୍ଦରାମାୟା ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ୨୦୨୧-୨୦୨୬ ବର୍ଷ ପାଇଁ ୧୫ ତମ ଅର୍ଥ ଆୟୋଗ ଏହାର ଚୂଡାନ୍ତ ରିପୋର୍ଟରେ କର୍ନାଟକକୁ ୬ ହଜାର କୋଟି ଟଙ୍କା ଆବଣ୍ଟନ କରିବାକୁ କହିଛନ୍ତି। ବେଙ୍ଗାଲୁରୁରେ ପାନୀୟ ଜଳର ବ୍ୟାପକ ଅଭାବ ପୂରଣ ଏବଂ ପେରିଫେରାଲ ରିଙ୍ଗ ରୋଡ ନିର୍ମାଣ ପାଇଁ ଏହି ଆବଣ୍ଟନ କରାଯାଇଥିଲା। ତେବେ ଭାରତ ସରକାର ନିଜର ସ୍ପଷ୍ଟୀକରଣ ସ୍ମାରକପତ୍ରରେ ଦର୍ଶାଇଥିଲେ ରାଜ୍ୟ ସରକାରଙ୍କ ସହ ଉପଲବ୍ଧ ଉତ୍ସ ତଥା କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ରତିଶ୍ରୁତିକୁ ଦୃଷ୍ଟିରେ ରଖି ନିର୍ଦ୍ଦିଷ୍ଟ ଅନୁଦାନ ଉପରେ ସୁପାରିଶ କରାଯିବ। କିନ୍ତୁ ଏହା ସତ୍ତ୍ୱେ କର୍ନାଟକ ରାଜ୍ୟକୁ ଏପର୍ଯ୍ୟନ୍ତ କୌଣସି ଅନୁଦାନ ପ୍ରଦାନ କରାଯାଇ ନାହିଁ। ଏହା ରାଜ୍ୟର ରାଜକୋଷ ସ୍ଥିତିକୁ ସଙ୍କଟ ଜନକ କରିଛି।

ସିଦ୍ଦରାମାୟା ଗୁରୁତ୍ୱାରୋପ କରିଛନ୍ତି ୨୦୨୦-୨୧ ବର୍ଷ ପାଇଁ ୧୫ତମ ଅର୍ଥ ଆୟୋଗଙ୍କର ରିପୋର୍ଟରେ କର୍ନାଟକ ପାଇଁ ସ୍ବତନ୍ତ୍ର ଅନୁଦାନ ଭାବରେ ୫,୪୯୫ କୋଟି ଟଙ୍କା ସୁପାରିଶ କରିଛନ୍ତି। ଆୟୋଗ କେତେକ ମାନଦଣ୍ଡ ବ୍ୟବହାର କରୁଥିବାରୁ ରାଜ୍ୟ ଆହ୍ବାନର ସମ୍ମୁଖୀନ ହୋଇଛି। ଆଇଟି ସମ୍ବନ୍ଧୀୟ ସେବାଗୁଡିକର ଅନ୍ତର୍ଭୁକ୍ତ ହେବା ଦ୍ୱାରା ୨୦୧୧-୧୨ କ୍ରମରେ ରାଜ୍ୟର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି) ରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ଅବଶ୍ୟ, ଆଇଟି ସେବା ରପ୍ତାନି ଶୂନ-ମୂଲ୍ୟାୟନ ଅଧୀନରେ ରହିଥିବାରୁ ରାଜ୍ୟ ଟିକସ ଦୃଷ୍ଟିରୁ ଏହି ସେବାଗୁଡିକରୁ ଅନୁକୂଳ ଇନପୁଟର ଅଭାବ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଗୁଳିରେ ବଳାତ୍କାର ଅଭିଯୁକ୍ତଙ୍କ ମୃତ୍ୟୁ

ମୁମ୍ବାଇ,୨୩ା୯:ମହାରାଷ୍ଟ୍ରର ବଦଲାପୁରର ଏକ ନର୍ସରୀ ସ୍କୁଲରେ ଦୁଇ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତ ସୋମବାର ପୋଲିସ ଗୁଳିରେ ନିହତ ହୋଇଛନ୍ତି। ଅଭିଯୁକ୍ତ ଅକ୍ଷୟ ସିନ୍ଧେଙ୍କୁ ତାଲୋଜା...

ଆଣ୍ଟିବାୟୋଟିକ୍‌ରେ ଭଲ ହେଉନି ଟାଇଫଏଡ୍‌, ନିମୋନିଆ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୩ା୯: ମୁତ୍ରନଳୀରେ ସଂକ୍ରମଣ (ୟୁଟିଆଇ), ରକ୍ତ ସଂକ୍ରମଣ, ନିମୋନିଆ, ଟାଇଫଏଡ୍‌ ଭଳି କେତେକ ରୋଗ ସାଧାରଣ ଆଣ୍ଟିବାୟୋଟିକ୍‌ରେ ଆଉ ଭଲ ହେଉନାହିଁ। ଏହି ରୋଗ ସୃଷ୍ଟି...

ଏହି ୧୬ ଔଷଧକୁ ବିଷାକ୍ତ ଘୋଷଣା କଲା ଡିସିଜିଆଇ

ନୂଆଦିଲ୍ଲୀ,୨୩ା୯:ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ୧୬ଟି ସାଧାରଣ ବ୍ୟବହୃତ ଔଷଧକୁ ବିଷାକ୍ତ ଘୋଷଣା କରିଛନ୍ତି। ଏହି ଔଷଧଗୁଡ଼ିକ ନିୟାମକର ମାନ ଏବଂ ନରାପତ୍ତା ପରୀକ୍ଷାରେ ବିଫଳ...

“ଧର୍ମନିରପେକ୍ଷତା ୟୁରୋପୀୟ ଧାରଣା, ଭାରତରେ ଏହାର ଆବଶ୍ୟକତା ନାହିଁ”: ତାମିଲନାଡୁ ରାଜ୍ୟପାଳ

ଚେନ୍ନାଇ,୨୩।୯: ଧର୍ମନିରପେକ୍ଷତାର ଉତ୍ପତ୍ତି ତଥା ଏହାର ଅର୍ଥ ଉପରେ ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବିଙ୍କ ମନ୍ତବ୍ୟ ପୁଣି ଏକ ବଡ଼ ବିବାଦ ସୃଷ୍ଟି କରିଛି। ଏହି...

ପୋଲିସ ଉପରକୁ ଗୁଳି ଚଳାଇଲେ ବଦ୍‌ଲାପୁର ଅଭିଯୁକ୍ତ

ପୁଣେ,୨୩।୯: ମହାରାଷ୍ଟ୍ରର ବଦଲାପୁର ଯୌନ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ଶିନ୍ଦେ ସୋମବାର ପୋଲିସ ଉପରକୁ ଗୁଳି ଚଳାଇନ୍ତି। ସେ ଏହି ଘଟଣା କରିବାବେଳେ...

ଚତୁର୍ଥଥର ଭାଜପା ସରକାର ଆସିବ କୌଣସି ଗ୍ୟାରେଣ୍ଟି ନାହିଁ, କିନ୍ତୁ…କାହିଁକି ଏମିତି କହିଲେ ନିତିନ ଗଡକରୀ

ନାଗପୁର,୨୩।୯: ନାଗପୁରରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ମୋଦି ସରକାରଙ୍କ ମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ମୁଖ୍ୟ ରାମଦାସ...

ତିରୁପତି ଲଡୁ ବିବାଦ: ମୋଦି ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୨୩।୯: ତିରୁପତି ମନ୍ଦିର ସହ ଜଡିତ ଲଡୁ ବିବାଦରେ ମୋଦିସରକାର ବଡ ପଦକ୍ଷେପ ନେଇଛନ୍ତି। ସୋମବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଘିଅ ଯୋଗାଣକାରୀ କମ୍ପାନୀକୁ ଏକ କାରଣ...

ନୂଆ ରଣନୀତିରେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୯: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ନୂଆ ରାଜନୈତିକ ରଣନୀତି ଆପଣାଇଛନ୍ତି। କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri