ଆଉ ନାହାନ୍ତି ଅଭିନେତା ପୁନିତ ରାଜକୁମାର

ବେଙ୍ଗାଲୁରୁ,୨୯।୧୦: ପ୍ରସିଦ୍ଧ କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ହୃଦଘାତରେ ପରଲୋକ ଘଟିଛି। ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଆଜି ସକାଳେ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୁନିତ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରି ନ ଥିଲା। ପୁନିତଙ୍କ ହଠାତ ମୃତ୍ୟୁ ଖବର ଦେଖି ପ୍ରଶଂସକମାନେ ଚକିତ ହୋଇପଡିଛନ୍ତି।
ପୁନିତ ନିଜ କ୍ୟାରିୟର ଜଣେ ଶିଶୁ କଳାକାର ଭାବରେ ଆରମ୍ଭ କରିଥିଲେ। ୧୯୮୫ରେ ବେଟ୍ଟାଡା ହୋଭୁରେ ସେ ଡେବ୍ୟୁ କରିଥିଲେ। ଏଥିରେ ପାଇଁ ଅନେକ ପୁରସ୍କାର ମଧ୍ୟ ଜିତିଥିଲେ।

Share