ଆଉ ନାହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଅନୁଗତ ନିରୁଭାଇ: ଶେଷ ଦର୍ଶନ କରିବାକୁ ଯିବେ ମୋହନ

କେନ୍ଦୁଝର,୨୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାରତୀୟ ଜନତା ପାର୍ଟି ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀ (ନିରୁଭାଇ)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ରବିବାର ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ କଟକ ଯାଉଥିବା ବେଳେ ବିଳମ୍ବିତ ରାତିରେ ଅଧା ରାସ୍ତାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କୁ ଶେଷ ଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝି କେନ୍ଦୁଝର ଯିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଅପରାହ୍ନରେ ପହଞ୍ଚି ଶେଷ ଦର୍ଶନ କରି ସର୍କିଟ ହାଉସ ଯିବେ। ମୃତ ନିରଞ୍ଜନ ତାଙ୍କର ଏକାନ୍ତ ଅନୁଗତ ଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜନୈତିକ ଜୀବନ ଆରମ୍ଭରୁ ଯୋଡ଼ି ହୋଇ ଆସିଥିଲେ ଏବଂ ବିସ୍ବସ୍ଥ କର୍ମୀ ଭାବରେ ପରିଗଣିତ ହୋଇ ଆସୁଥିଲେ। ତାଙ୍କ ଘର ଖୋର୍ଦ୍ଧା ଜିଲାରେ ହୋଇଥିବା ବେଳେ ସେ ଦୀର୍ଘ ପ୍ରାୟ ୨୫ ବର୍ଷ ହେବ ମୁଖ୍ୟମନ୍ତ୍ରୀଙ୍କ ସହିତ ରହି ଆସୁଛନ୍ତି। ତାଙ୍କର ସ୍ତ୍ରୀ ଓ ଦୁଇ ପୁଅ କେନ୍ଦୁଝର ସହର କମାରଗୋଡାରେ ଏକ ଭଡ଼ା ଘରେ ରୁହନ୍ତି। ତାଙ୍କ ଶେଷ ଦର୍ଶନ ପାଇଁ ଦଳୀୟ ନେତା କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି। ବାସଗୃହରେ ଲାଗିଛି।