କାଲିଫର୍ନିଆ, ୧୭।୧୧: କ୍ୟାନ୍ସର ରୋଗର ଚିକିତ୍ସାରେ କାଲିଫର୍ନିଆର ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେମାନେ ଏକ ‘କିଲ ସୁଇଚ’ ପାଇଛନ୍ତି। ଏହା କ୍ୟାନ୍ସର କୋଷକୁ ମାରିବାରେ ସଫଳ ହେବ। ସାକ୍ରାମେଣ୍ଟୋରେ ଥିବା ୟୁସି ଡେଭିସ କମ୍ପେରେସିଭ କ୍ୟାନ୍ସର ସେଣ୍ଟରର କାଲିଫର୍ନିଆ ବିଶେଷଜ୍ଞମାନେ କହିଛନ୍ତି, ସେମାନେ ଏକ ରିସେପ୍ଟର କରିଛନ୍ତି, ଯାହା ଏକ ପ୍ରୋଟିନ ଚିହ୍ନଟ କରିଛି। ଏହା କ୍ୟାନ୍ସର କୋଷକୁ ମାରିବା ପାଇଁ ଡିଜାଇନ କରାଯାଇପାରିବ। ଏଗୁଡ଼ିକ ହେଉଛି CD95 ରିସେପ୍ଟର, ଯାହା ଫାସ(FAS) ଭାବରେ ମଧ୍ୟ ଜଣାଶୁଣା। ଏହି ପ୍ରୋଟିନ ରିସେପ୍ଟରର୍ସ କୋଷିକା ଝିଲ୍ଲୀ ଉପରେ ରହିଥାଏ। ଯେତେବେଳେ କ୍ୟାନ୍ସର କୋଷଗୁଡ଼ିକ ସକ୍ରିୟ ହୋଇ ସଙ୍କେତ ଦିଅନ୍ତି। ଏହି ରିସେପ୍ଟରର୍ସଗୁଡ଼ିକ ସେମାନଙ୍କୁ ମାରନ୍ତି କିମ୍ବା ରିସେପ୍ଟରର୍ସମାନଙ୍କ ସଂସ୍ପର୍ଶରେ ଆସିବା ପରେ ସେମାନେ ନିଜେ ମରନ୍ତି।
ଅନୁସନ୍ଧାନକାରୀମାନେ ଏହାକୁ ସିଏଆର୍ ଟି-ସେଲ ଥେରାପି ନାମ ଦେଇଛନ୍ତି। ଏଥିରେ ରୋଗୀର ରକ୍ତରୁ ଟି କୋଷ ସଂଗ୍ରହ କରାଯାଇ ଲ୍ୟାବରେ ମାନବ ଜିନରେ ଭର୍ତ୍ତି କରାଯିବ। ଏହା ପରେ ଶରୀରରେ ଚିମେରିକ ଆଣ୍ଟିଜେନ ରିସେପ୍ଟର (ସିଏଆର୍) ନାମକ ରିସେପ୍ଟର ଗଠନ ହୁଏ। ଏହି କୋଷଗୁଡ଼ିକୁ ରୋଗୀର ଶରୀରର ରକ୍ତ ସଞ୍ଚାଳନରେ ରଖାଯାଏ।
ଏପର୍ଯ୍ୟନ୍ତ ଥେରାପି ସିରୋସ କ୍ୟାନସର, ଲ୍ୟୁକେମିଆ ଏବଂ ଅନ୍ୟାନ୍ୟ ରକ୍ତ କ୍ୟାନସର ବିରୁଦ୍ଧରେ ପ୍ରଭାବଶାଳୀ ହୋଇଛି। ବୈଜ୍ଞାନିକଙ୍କ ଅନୁଯାୟୀ ସ୍ତନ କ୍ୟାନ୍ସର, ଫୁସଫୁସ ଏବଂ ଅନ୍ତନଳୀ କ୍ୟାନ୍ସର ଚିକିତ୍ସାରେ ଏହା ସଫଳ ହେବ।