ଏଣିକି ଅନ୍‌ଲାଇନ୍‌ ଶପିଂ ପାଇଁ ଆଉ ଲୋଡ଼ା ପଡ଼ିବନି ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ

ନୂଆଦିଲ୍ଲୀ,୨୨ା୧୨: ଏଣିକି ଅନ୍‌ଲାଇନ୍‌ ଶପିଂ ପାଇଁ ଆଉ ଲୋଡ଼ା ପଡ଼ିବନି ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ। ଆମାଜନ, ଫ୍ଲିପ୍‌ କାର୍ଡ ଏବଂ ବିଗ୍‌ ବାସ୍କେଟ ଆପଣଙ୍କ ପସନ୍ଦର ଓ୍ବେବ୍‌ସାଇଟ୍‌ରୁ ଶପିଂ କରିବ ହେବ ଅଧିକ ସହଜ ଓ ସୁରକ୍ଷିତ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଜାନୁୟାରୀ ପହିଲାରୁ ଲାଗି ହେବାକୁ ଥିବା ଟୋକେନାଇଜେଶନ ବ୍ୟବସ୍ଥା ପରେ ଏହି ସବୁ ସୁବିଧା ଗ୍ରାହକକମାନେ ପାଇପାରିବେ।

ଆଗକୁ ଏହି ସବୁ ଶପିଂ ସାଇଟ୍‌ରୁ କିଣିବା ପାଇଁ ୧୬ ନମ୍ବର ବିଶିଷ୍ଟ ଆକାଉଣ୍ଟ ନମ୍ବର ଏବଂ କାର୍ଡ ଏକ୍ସପାଏରୀ ବିବରଣୀ ମଧ୍ୟ ଦେବାକୁ ପଡ଼ିବନି। ନୂଆ ଟୋକେନାଇଜେଶନ ବ୍ୟବସ୍ଥା ଦ୍ୱାରା ଶୀଘ୍ର ଏବଂ କଣ୍ଟାକ୍ଟଲେସ୍‌ ପଦ୍ଧତିରେ ଟଙ୍କା ନେଣଦେଣ ହୋଇପାରିବ।

Share