ଆଉ ରହିବନି ଭୟ, ପୃଥିବୀ ମୁହାଁ ଗ୍ରହାଣୁପିଣ୍ଡ ଆଖି ପିଛୁଳାକେ ହେବ ଧ୍ୱଂସ…

ଓ୍ବାଶିଂଟନ,୨୪।୧୧: ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସା ପକ୍ଷରୁ ଏହା ଡାର୍ଟ ମିଶନ ଆରମ୍ଭ କରାଯାଇଛି। ଏହା କାଲିଫର୍ନିଆର ମହାକାଶ ଉତ୍‌କ୍ଷେପଣ କେନ୍ଦ୍ରରୁ ସ୍ପେସ୍‌ ଏକ୍ସ୍‌ର ରକେଟ ଫାଲକନ୍‌-୯ ଦ୍ୱାରା ଉତ୍‌କ୍ଷେପଣ କରାଯାଇଥିବା ନାସା ପକ୍ଷରୁ କୁହାଯାଇଛି। ଏହି ଡାର୍ଟ ମିଶନ ସଫଳ ହେଲେ ଆଉ ପୃଥିବୀ ସହିତ ଗ୍ରହାଣୁପିଣ୍ଡ ଧକ୍କା ହେବାର ଆଶଙ୍କା ରହିବ ନାହିଁ। ପୃଥିବୀ ମୁହାଁ ଗ୍ରହାଣୁପିଣ୍ଡକୁ ମହାକାଶ ଯାନରୁ କ୍ଷେପଣାସ୍ତ୍ର ପ୍ରୟୋଗ କରାଯାଇ ଆଖି ପିଛୁଳାକେ ହେବ ଧ୍ୱଂସ କରି ହେବ। ଏହା ପୃଥିବୀ ଉପରେ ମାଡ଼ି ଆସୁଥିବା ବିପଦର ହଟାଇବାକୁ ସକ୍ଷମ ହେବ। ଏହା ପୃଥିବୀ ପାଇଁ ଏକ ସୁରକ୍ଷା କବଚ ପାଲଟିବ ବୋଲି ନାସା କହିଛି।

ନାସା ପକ୍ଷରୁ ପ୍ରଥମ ଥର ଲାଗି ଆରମ୍ଭ କରାଯାଇଥିବା ଡାର୍ଟ ମିଶନ ଦ୍ୱାରା ଭବିଷ୍ୟତରେ ବିନାଶକାରୀ ଗ୍ରହାଣୁପିଣ୍ଡ କବଳରୁ ପୃଥିବୀକୁ ସୁରକ୍ଷିତ ରଖିହେବ। ଏହି ସ୍ପେସ୍‌ କ୍ରାଫ୍ଟ ସୂର୍ଯ୍ୟ ଚାରିପଟେ ଏକ କକ୍ଷ ପଥ ସୃଷ୍ଟି କରିବ। ୨୦୨୨ ସେପ୍ଟେମ୍ବର ଶେଷ ଅବା ଅକ୍ଟୋବର ଆରମ୍ଭରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ପୃଥିବୀ ମୁହାଁ ହେଉଥିବା ଗ୍ରହାଣୁପିଣ୍ଡକୁ ଏହା ଭୂପୃଷ୍ଠଠାରୁ ୬.୮ ନିୟୁତ ମାଇଲ ଦୂରରେ ଧ୍ୱଂସ କରିବାକୁ ସକ୍ଷମ ହେବ। ଏହା ପ୍ରତି ଘଣ୍ଟାରେ ୧୫,୦୦୦ ମାଇଲ ବେଗରେ ଗତି କରି ଗ୍ରହାଣୁପିଣ୍ଡକୁ ଧକ୍କା ଦେବ। ଧକ୍କାର ୨୦ ସେକେଣ୍ଡ ପୂର୍ବରୁ ଗ୍ରହାଣୁପିଣ୍ଡର ଫଟୋ ଉତ୍ତୋଳନ କରି ପୃଥିବୀକୁ ପ୍ରେରଣ ମଧ୍ୟ କରିବ।

Share