କଟକ ଅଫିସ, ୨୭।୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏସିବି ମେଡିକାଲ କଲେଜ ହସ୍ପିଟାଲରେ ଇକ୍ମୋ ମେଶିନ୍ ଉଦ୍ଘାଟନ କରିଛନ୍ତି। ଉଦ୍ଘାନ ପରେ ସେ କହିଛନ୍ତି, ପୂର୍ବ ଭାରତର ଇକମୋ ହବ୍ ହେବ ଏସିବି ମେଡିକାଲ। ଏହା ସହିତ ରାଜ୍ୟ ସରକାର ଏଠାରେ ମାଗଣାରେ ଇକମୋ ଚିକିତ୍ସା ସେବା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି, ତୃତୀୟ ଲହର ମୁକାବିଲା ପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ। ନିଜେ ସୁରକ୍ଷିତ ରହିବା ସହ ପିଲାମାନଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ହୃଦରୋଗ ଏବଂ ଶଲ୍ୟ ବିଭାଗରେ ମୋଟ ୯ଟି ଇକମୋ ମେସିନ ସ୍ଥାପନ କରାଯାଇଛି। କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଇକମୋ ଚିକିତ୍ସା ପାଇଁ ଆଗରୁ ଓଡ଼ିଶା ବାହାରକୁ ଯିବାକୁ ପଡୁଥିଲା। ଏବେ ସେହିଭଳି ରୋଗୀଙ୍କୁ ଏସସିବିରେ ଇକମୋ ଚିକିତ୍ସା ଯୋଗାଇ ଦିଆଯାଇପାରିବ। ଏ ନେଇ ମେଡିକାଲର ଡାକ୍ତର ଓ ନର୍ସଙ୍କ ସହିତ ଅନ୍ୟ ପାରାମେଡିକାଲ କର୍ମଚାରୀ କୋଲକାତା ଯାଇ ତାଲିମ ନେଇଛନ୍ତି।
Posted inଆମ ଜିଲା ଖବର, କଟକ, ରାଜ୍ୟ