ବଡ଼ ବୟାନ ଦେଲେ ମନ୍ତ୍ରୀ; ଓଡ଼ିଶାରେ ଆଉ ଖୋଲିବ ନାହିଁ ମଦ ଦୋକାନ

ଭୁବନେଶ୍ୱର, ୮ା୮: ରାଜ୍ୟରେ ଦେଶୀ ମଦ ବନ୍ଦ କରିବାକୁ କଥା ଦେଇ ସରକାରକୁ ଆସିଥିବା ଭାଜପା ସରକାର ଓଡ଼ିଶାରେ ଆଉ ମଦ ଦୋକାନ ନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ବୟାନ ଦେଇଛନ୍ତି।

”ଓଡ଼ିଶାରେ ଚୋରା ମଦ ରୋକିବାକୁ ବଡ଼ ଚ୍ୟାଲେଞ୍ଜ ରହିଛି। ଆସନ୍ତା ବର୍ଷଠାରୁ ରାଜ୍ୟରେ ଚୋରା ମଦ ଚାଲାଣ ବନ୍ଦ କରାଯିବ। ସେଥିଲାଗି ସରକାର ଅବକାରୀ ନିୟମରେ ସମ୍ପୂର୍ଣ୍ଣ ପରିବର୍ତନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଆସନ୍ତା ବର୍ଷ ନୂଆ ମଦନୀତି ମଧ୍ୟ ଆସିବ, ଯେଉଁଥିରେ ଚୋରାମଦ ବିକ୍ରି ବନ୍ଦ କରିବାକୁ ସରକାର କଡା ନିୟମ ରଖିବେ। ଯେଉଁ ମଦନୀତି ଥିଲା, ସେଥିରେ କିଛି ସାବଲୀଳ କରାଯିବ । ଏଥିସହିତ ଯାହା କିଛି ସମସ୍ୟା ରହିଥିଲା, ତାକୁ କିପରି ସଠିକରୂପେ କରାଯିବ ସେ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି” ବୋଲି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ସୂଚନାଥାଉ କି, ମଦ ବ୍ୟବସାୟରୁ ରାଜ୍ୟ ସରକାର ମୋଟା ଅଙ୍କର ରାଜସ୍ବ ସଂଗ୍ରହ କରୁଛନ୍ତି। ମଦ ବିକ୍ରିରୁ ୨୦୨୪-୨୫ରେ ୧୦ ହଜାର କୋଟି ଟଙ୍କା ସରକାର ପାଇଥିବା ଜଣାପଡ଼ିଛି। ସେହିପରି ୨୦୨୩-୨୪ ବର୍ଷରେ ଅଗଷ୍ଟ ମାସ ସୁଦ୍ଧା ୨ ହଜାର ୬୫୫ କୋଟି ରାଜସ୍ବ ଆଦାୟ ହୋଇଥିଲା। ୨୦୨୨-୨୩ରେ ୬ ହଜାର ୪୫୫ କୋଟି, ୨୦୨୧-୨୨ରେ ୫ ହଜାର ୫୨୯ କୋଟିଏବଂ ୨୦୨୦-୨୧ରେ ରାଜସ୍ବ ଆଦାୟ ହୋଇଥିଲା ୪ ହଜାର ୫୩ କୋଟି। କୋଭିଡ-୧୯ ମହାମାରୀ ବାଦ୍‌ ବି ମଦ ଦ୍ୱାରା ସରକାରଙ୍କ ରାଜସ୍ବ ସଂଗ୍ରହରେ କୌଣସି କ୍ଷତି ହୋଇ ନ ଥିଲା। ୨୦୧୨-୧୩ରେ ୧ଲକ୍ଷ ୩୭ହଜାର ୯୯୧ ଟଙ୍କା ରାଜସ୍ୟ ସଂଗ୍ରହ ହୋଇଥିଲା। କିନ୍ତୁ ୨୦୨୨-୨୩ରେ ତାହା ବଢି ୬ହଜାର ୪୫୫କୋଟିରେ ପଡଞ୍ଚିଥିଲା। ଯାହା ରାଜସ୍ୟ ସଂଗ୍ରହର ୩୬୭ ଶତକଡା।

ସର୍ବାଧିକ ରାଜସ୍ୱ ଭାରତ ନିର୍ମିତ ବିଦେଶୀ ମଦ(IMFL) ଓ ବିୟରରେ ଅଧିକ ଟିକସ ଲଗାଇବା ଦ୍ୱାରା ଆସିଥାଏ। ରାଜ୍ୟରେ ୧୯ ଶହ ୨୮ଟି କିସମର ମଦ ଦୋକାନ ରହିଛି। ସରକାରୀ ସ୍ବୀକୃତିପ୍ରାପ୍ତ ମଦ ଦୋକାନ ମଧ୍ୟରେ ଠିପି ବନ୍ଦ ମଦ ଦୋକାନ ୧୧୬୩, ଠିପି ଖୋଲା ମଦ ଦୋକାନ ୭୦୨, ଠିପି ଖୋଲା କ୍ଲବ ୧୯, ବିୟର ପାର୍ଲର ୫୬ ଏବଂ ୩୬ ମିଲିଟାରୀ କ୍ୟାଣ୍ଟିନ ରହିଛି ।

Share