Categories: ଜାତୀୟ

ଆଉ ଫେରିବୁନି କଶ୍ମୀର, ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା କୋହ…

ଶ୍ରୀନଗର,୧୮।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟ୍‌ କିଲିଂ ଯୋଗୁ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ସେମାନେ ଏବେ ଘର ମୁହାଁ ହୋଇଛନ୍ତି। ଘରକୁ ଫେରିବା ଲାଗି ଷ୍ଟେଶନରେ ପ୍ରବାସୀ ଶ୍ରମିକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ସେମାନେ ଆଉ କଶ୍ମୀର ନ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।

ରେଳ ଷ୍ଟେଶନର ଫୁଟପାଥ୍‌ ଉପରେ ବସି ସେମାନେ ଟ୍ରେନ୍‌କୁ ଅପେକ୍ଷା କରିଛନ୍ତି। ନିଜ ପରିସ୍ଥିତି ବଖାଣୁଥିବା ସମୟରେ କେତେକ ଶ୍ରମିକ କୋହ ଭରା ମନରେ କହିଛନ୍ତି। ଏହି ସମୟରେ ସେମାନଙ୍କ ଆଖିରୁ ଲୁହ ବୋହି ପଡୁଥିବାର ଦେଖିବାକୁ ମିଳିଛି।

ଆତଙ୍କବାଦୀ ସେମାନଙ୍କୁ ଧମକ ଦେଉଛନ୍ତି। ବାଛି ବାଛି ପ୍ରବାସୀଙ୍କୁ ସେମାନେ ଟାର୍ଗେଟ କରୁଛନ୍ତି। ଜୀବନ ବିକଳରେ ନିଜ ଭିଟା ମାଟିକୁ ଫେରିବା ବ୍ୟତିତ ଅନ୍ୟ କିଛି ବାଟ ନାହିଁ ବୋଲି ଶ୍ରମିକମାନେ କହିଛନ୍ତି।

Share