କିଆରା ଆଡଭାନୀ ଏବେ ଚୁଜି ହେଲେଣି। ଦେଖୁନାହାନ୍ତି, କାହାଣୀ ପସନ୍ଦ ହେଲାନାହିଁ ବୋଲି କେମିତି ତିନୋଟି ଅଫରକୁ ହାତଛଡ଼ା କରିଦେଲେ। ଏଣିକି ସେ କୁଆଡେ ତରତର ହୋଇ କୌଣସି ସିନେମା ସାଇନ୍ କରିବେ ନାହିଁ। କାରଣ ଭଲ ସିନେମାରେ ଅଭିନୟ କରିବାକୁ ସେ ମାଇଣ୍ଡ ମେକଅପ କରିସାରିଲେଣି। ‘ଏବେ ମୋ କ୍ୟାରିୟର ଆରମ୍ଭ ହେଉଛି। ତେଣୁ ଆରମ୍ଭରୁ ମୋତେ ସତର୍କତାର ସହ ପାଦ ପକାଇବାକୁ ପଡ଼ିବ। କୌଣସି ଫିଲ୍ମ ସାଇନ୍ କରିବା ପୂର୍ବରୁ ମୁଁ ତାହାର କାହାଣୀ ଏବଂ ସେଥିରେ ମୋତେ ମିଳିଥିବା ଭୂମିକା ବିଷୟରେ ଭଲ ଭାବରେ ତର୍ଜମା କରିବା ପରେ ହଁ ଭରିବି। ନିକଟରେ ମୋତେ ତିନୋଟି ସିନେମାରେ ଅଭିନୟ କରିବାକୁ ଅଫର ମିଳିଥିଲା। କିନ୍ତୁ ସେଗୁଡ଼ିକର କାହାଣୀ ମୋତେ ଆଦୌ ପ୍ରଭାବିତ କରିପାରି ନ ଥିଲା। ତେଣୁ ସେହି ଅଫରଗୁଡ଼ିକୁ ହାତଛଡ଼ା କରିଥିଲି। ଶୁଣିବାକୁ ପାଉଛି ଯେ ମୁଁ କୁଆଡେ ମୋ ପାରିଶ୍ରମିକ ବଢ଼ାଇ ଦେଇଛି। ଏ କଥା ସମ୍ପୂର୍ଣ୍ଣ ମିଛ। ମୋତେ ବଦନାମ କରିବାକୁ କେହି ଚେଷ୍ଟା କରୁଛି। ତେଣୁ ସେପରି କଥାକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ ବୋଲି କହିଛନ୍ତି କିଆରା। ତେବେ କିଆରା ନିଜର ଏପରି ମାନସିକତାରେ କେତେ ଦିନ ଦୃଢ଼ ରହୁଛନ୍ତି ତାହା ଆଗାମୀ ସମୟ ହିଁ କହିବ।