ସମ୍ପୂର୍ଣ୍ଣ ଟିକା ନେବା ପରେ ମାସ୍କର ଆବଶ୍ୟକତା ନାହିଁ : ବାଇଡେନ

ଓ୍ବାଶିଂଟନ,୧୪।୫: କରୋନା ଟିକାର ଦ୍ୱିତୀୟ ଡୋଜ୍‌ ନେବା ପରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। ଯେଉଁମାନେ ଟିକାର ଦ୍ୱିତୀୟ ଡୋଜ ନେଇଛନ୍ତି, ସେମାନେ ବିପଦମୁକ୍ତ। ତେଣୁ ବର୍ତ୍ତମାନ ସ୍ଥିତିରେ ଟିକା ନେଇଥିବା ବ୍ୟକ୍ତି ଯଦି ମାସ୍କ ନ ପିନ୍ଧନ୍ତି ତେବେ କୌଣସି ସମସ୍ୟା ନାହିଁ ବୋଲି ଆମେରିକା ଡ୍ରଗ୍ସ କଣ୍ଟୋଲର କହିଛନ୍ତି । ଟିକା ନେଇଥିବା ବ୍ୟକ୍ତି ବିନା ମାସ୍କରେ ସର୍ବସାଧାରଣରେ ବୁଲିପାରିବେ। ସୂଚନା ଯୋଗ୍ୟ, ସଂକ୍ରମିତ ଦେଶ ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି। ଦେଶରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି।

Share