ସାମାନ୍ୟ ଲକ୍ଷଣ ଥିବା ସଂକ୍ରମିତଙ୍କ ସମ୍ପର୍କରେ ଆସିଲେ ଟେଷ୍ଟିଂର ଆବଶ୍ୟକତା ନାହିଁ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୧୧ ।୧: ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । କିଛି ରାଜ୍ୟରେ ସ୍ଥିତି ଅଣାୟତ୍ତ ହେବାରୁ କିଛି କଟକଣା ଲାଗୁ କରାଯାଇଛି । ଇତିମଧ୍ୟରେ କେନ୍ଦ୍ର ସରକାର କୋଭିଡ ଟେଷ୍ଟିଂକୁ ନେଇ ଏକ ବଡ ବୟାନ ଦେଇଛନ୍ତି । କେନ୍ଦ୍ର ସରକାର କହିଛନ୍ତି ଯଦି କୌଣସି ବ୍ୟକ୍ତି କରୋନା ସଂକ୍ରମିତଙ୍କ ସମ୍ପର୍କରେ ଆସୁଛନ୍ତି ତେବେ ସେମାନେ ସେ ପର୍ଯ୍ୟନ୍ତ ଟେଷ୍ଟ କରିବା ଜରୁରୀ ନୁହେଁ ଯେପର୍ଯ୍ୟନ୍ତ ସଂକ୍ରମିତଙ୍କୁ ହାଇ ରିସ୍କ ବୋଲି ଘୋଷଣା କରାଯାଇ ନାହିଁ ।
ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) କରୋନା ସଂକ୍ରମିତଙ୍କ ସମ୍ପର୍କରେ ଆସୁଥିବା ଲୋକଙ୍କ ପାଇଁ ଏକ ଗାଇଡଲାଇନ ଜାରି କରିଛି । ଏଥିରେ କୁହାଯାଇଛି କି କରୋନା ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତି କରୋନା ଟେଷ୍ଟ କରିବାର ଆବଶ୍ୟକତା ନାହିଁ । ଯେଉଁମାନଙ୍କର ବୟସ ଅଧିକ ଓ ଯେଉଁମାନେ କୌଣସି ଜଟିଳ ରୋଗରେ ପୀଡ଼ିତ ଯଦି ସେମାନେ କୌଣସି କରୋନା ସଂକ୍ରମିତଙ୍କ ସମ୍ପର୍କରେ ଆସିଲେ ତେବେ ସେମାନେ ଟେଷ୍ଟ କରାଇ ନେବା ଭଲ । ଏହାସହ ସାମାନ୍ୟ ଲକ୍ଷଣ ଥିବା ସଂକ୍ରମିତଙ୍କ ସମ୍ପର୍କରେ ଆସିଲେ ଟେଷ୍ଟିଂର ଆବଶ୍ୟକତା ନାହିଁ ।

Share