Categories: ଜାତୀୟ

ପେପର ଲିକ କରୁଥିବା ସରକାରଙ୍କର ଆଉ ଦରକାର ନାହିଁ, ଯୁବବର୍ଗଙ୍କୁ ରୋଜଗାର,ବର୍ଷକୁ ୧୫ ଲକ୍ଷ ନିଯୁକ୍ତି ଦେବାକୁ କହିଲା ଏଏପି…

ଅହମଦାବାଦ, ୨୪।୮ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି ଯେ ଯଦି ଏଏପି ସରକାର ଗୁଜରାଟକୁ ଆସନ୍ତି ତେବେ ପ୍ରତିବର୍ଷ ୧୫ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। କେବଳ ଏତିକି ନୁହେଁ ସେ ପ୍ରତ୍ୟେକ ଯୁବବର୍ଗଙ୍କ ପାଇଁ ରୋଜଗାରର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଚଳିତ ବର୍ଷ ଶେଷରେ ଗୁଜରାଟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ନିଜର ମିଶନ ଗୁଜରାଟ ଅଭିଯାନରେ ବ୍ୟସ୍ତ ଅଛି।

ଗୁଜରାଟରେ ଦଳକୁ ମଜବୁତ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଭାବନଗର ରାଲିରେ ରୋଜଗାର ସମ୍ବନ୍ଧରେ ଅରବିନ୍ଦ କେଜରିୱାଲ ନିଯୁକ୍ତି କ୍ୟାଲେଣ୍ଡର ଉପସ୍ଥାପନ କରିଥିଲେ। ଡିସେମ୍ବରରେ ସରକାର ଗଠନ କରାଯିବ ବୋଲି ସେ କହିଛନ୍ତି। ଫେବୃଆରୀ ଏପ୍ରିଲରେ ପରୀକ୍ଷା ଫଳାଫଳ ଘୋଷଣା ହେବା ପରେ ସମସ୍ତ ଯୋଗ୍ୟ ଯୁବବର୍ଗଙ୍କୁ ପୋଷ୍ଟିଂ ପ୍ରଦାନ କରାଯିବ। ମେ ମାସରେ ଟିଇଟି-୧ ଏବଂ ଟିଇଟି-୨ପରୀକ୍ଷା କରାଯିବ। ମେ ମାସରେ ଟିଏଟି ପରୀକ୍ଷା ମଧ୍ୟ କରାଯିବ।

କେଜରିୱାଲ କହିଛନ୍ତି, ଗୁଜରାଟରେ ମହା-ବ୍ୟାପମ୍‌ ମାମଲା ରହିଛି। ପେପର ଲିକ ବିରୋଧରେ ଆମେ ଏକ ଆଇନ ଆଣିବୁ। ଯେଉଁମାନେ ପେପର ଲିକ ବନ୍ଦ କରିପାରିବେ ନାହିଁ, ସେମାନେ କିପରି ସରକାର ଚଳାଇବେ ବୋଲି ସେ ରାଜ୍ୟର ଭାଜପା ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଏଭଳି ସରକାରଙ୍କର ଆଉ ଦରକାର ନାହିଁ ବୋଲି ସେ କହିଛନ୍ତି।

Share