Categories: ଜାତୀୟ

‘ଏଏପି ଭାଜପାର ଲାଞ୍ଜ’

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀର ୭ଟି ଲୋକ ସଭା ଆସନରେ ଆମ ଆଦମୀ ପାର୍ଟି (ଏଏପି) ସହିତ ମିଳିତ ମେଣ୍ଟ ମଧ୍ୟରେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏଏପି ଭାରତୀୟ ଜନତା ପାର୍ଟି (ଭାଜପା)ର ଲାଞ୍ଜ ବୋଲି ସନ୍ଦୀପ କହିଛନ୍ତି। ସନ୍ଦୀପଙ୍କ ଏଭଳି ମନ୍ତବ୍ୟ ଦିଲ୍ଲୀର ଲୋକ ସଭା ଆସନରେ ଏଏପି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ଉପରେ ସନ୍ଦେହ ସୃଷ୍ଟି କରିଛି।
ସନ୍ଦୀପ କହିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଭୟଭୀତ ହୋଇ ବିରୋଧୀ ଦଳର ମିଳିତ ମେଣ୍ଟ ‘ଇଣ୍ଡିଆ’ରେ ଯୋଗ ଦେଇଛନ୍ତି। ଦିଲ୍ଲୀରେ କଂଗ୍ରେସର ମିଳିତ ମେଣ୍ଟର ଆବଶ୍ୟକତା ନାହିଁ।
ବୁଧବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଏମ୍‌ପି ରାହୁଲ ଗାନ୍ଧୀ ଦିଲ୍ଲୀର ବରିଷ୍ଠ ଦଳର ନେତାଙ୍କ ସହ ଏକ ବୈଠକ କରିଥିଲେ। ସନ୍ଦୀପ ଦୀକ୍ଷିତ ମଧ୍ୟ ଏହି ବୈଠକରେ ଭାଗ ନେଇଥିଲେ। ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ନେଇ କଳ୍ପନାଜଳ୍ପନା କରାଯାଇଥିଲା ଯେ, ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଏକ ମେଣ୍ଟ ହୋଇପାରେ। କିନ୍ତୁ ସନ୍ଦୀପଙ୍କ ମନ୍ତବ୍ୟରୁ ତାହା ଜଣାପଡୁନାହିଁ।

Share