Categories: ଜାତୀୟ

ଅତିଥିଙ୍କୁ ସତ୍ୟ ଲୁଚାଇବାର ଆବଶ୍ୟକତା ନାହିଁ: ରାହୁଲ…

ନୂଆଦିଲ୍ଲୀ,୯।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜି-୨୦ ଶିଖର ସମ୍ମିଳନୀରେ ବିଦେଶରୁ ଭାରତ ଆଦିଥିବା ଅତିଥିଙ୍କୁ ସରକାର ସତ୍ୟ ଲୁଚାଇଥିବା ଅଭିଯୋଗ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏନେଇ ପୋଷ୍ଟ ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ ରାହୁଲ ଗାନ୍ଧୀ ଏହି ସମୟରେ ଦିଲ୍ଲୀରେ ନାହାଁନ୍ତି। ସେ ଏକ ସପ୍ତାହ ବ୍ୟାପୀ ୟୁରୋପ ଗସ୍ତରେ ଅଛନ୍ତି। ନ୍ୟୁଜ ଏଜେନ୍ସି ୍ସ ରିପୋର୍ଟ ଅନୁଯାୟୀ, କଂଗ୍ରେସ ଜି-୨୦ଶିଖର ସମ୍ମିଳନୀ ପୂର୍ବରୁ ସରକାରଙ୍କ ଦ୍ୱାରା ଲୁଚାଇ ଦିଆ ଯାଇଥିବା ଦିଲ୍ଲୀର ବସନ୍ତ ବିହାରରେ ଥିବା କୁଲି କ୍ୟାମ୍ପର ଏକ ଭିଡିଓ ଶେୟାର କରିଥିଲା।

କୁକୁରମାନଙ୍କୁ ଅତି ନିର୍ମମ ଭାବେ ଟାଣି ନେଇଥିବା ଅଭିଯୋଗ ହୋଇଛ। ଏହା ବ୍ୟତୀତ ଅନ୍ୟ ଏକ ଭିଡିଓରେ କଂଗ୍ରେସ ଦାବି କରିଛି ଦିଲ୍ଲୀରେ ଅନ୍ତର୍ଜାତୀୟ ନେତାଙ୍କ ଆଗମନ ପୂର୍ବରୁ କୁକୁରମାନଙ୍କୁ ବହୁ ରାସ୍ତାରୁ ଅତି ନିର୍ମମ ଭାବେ ଟାଣି ନିଆଯାଇ ପିଞ୍ଜରାରେ ରଖାଯାଇଥିଲା। ଭିଡିଓରେ ଦାବି କରାଯାଇଛି ଏହି କୁକୁରମାନଙ୍କୁ ଖାଦ୍ୟ ଓ ପାଣି ଦିଆଯାଉ ନାହିଁ। ଏହି କାରଣରୁ ସେମାନେ ଅତ୍ୟଧିକ ଚାପ ଏବଂ ଭୟର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ଆମେ ଏପରି ଜଘନ୍ୟ କାର୍ଯ୍ୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ଏବଂ ଏହି କଥା କହି ପାରୁ ନ ଥିବା ପୀଡିତଙ୍କ ପାଇଁ ନ୍ୟାୟ ଦାବି କରିବା ଜରୁରୀ ଅଟେ।

ଅନେକ କଂଗ୍ରେସ ନେତା ଜି-୨୦ ପାଇଁ କରାଯାଇଥିବା ବ୍ୟବସ୍ଥାରେ ଅନେକ ତ୍ରୁଟି ଦର୍ଶାଇଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଦାବି କରିଛନ୍ତି ଦ୍ୱିପାକ୍ଷିକ ବୈଠକ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗଣମାଧ୍ୟମକୁ ପ୍ରଶ୍ନ ପଚାରିବାକୁ ସରକାର ଅନୁମତି ଦେଇ ନାହାଁନ୍ତି।

ସେ କହିଛନ୍ତି ରାଷ୍ଟ୍ରପତି ବାଇଡେନଙ୍କ ଦଳ କହିଛନ୍ତି ଅନେକ ଅନୁରୋଧ ସତ୍ତ୍ୱେ ଭାରତ ସରକାର ଦୁଇ ନେତାଙ୍କ ଦ୍ୱିପାକ୍ଷିକ ବୈଠକ ପରେ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ ପଚାରିବାକୁ ଅନୁମତି ଦେଇନାହାଁନ୍ତି। ରାଷ୍ଟ୍ରପତି ବାଇଡେନ ସେପ୍ଟେମ୍ବର ୧୧ ରେ ଭିଏତନାମର ମିଡିଆ କର୍ମଚାରୀଙ୍କ ପ୍ରଶ୍ନର ଉତ୍ତର ଦେବେ। ଏହା ଆଶ୍ଚର୍ଯ୍ୟଜନକ ନୁହେଁ। ଏହା ହେଉଛି ମୋଦି ଶୈଳୀ ଗଣତନ୍ତ୍ର।

 

Share