ଭୁବନେଶ୍ୱର,୧୬ା୩(ବ୍ୟୁରୋ): ରାଜ୍ୟରେ ଏଚ୍୩ଏନ୍୨ ସଂକ୍ରମିତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ସଂକ୍ରମିତଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇସାରିଲେଣି। ଏଚ୍୩ଏନ୍୨ ସଂକ୍ରମିତଙ୍କଠାରେ କରୋନା ଭଳି ଲକ୍ଷଣ ଦେଖା ଦେଉଥିଲେ ବି ଏହାକୁ ନେଇ ଚିନ୍ତା କରିବା ଆବଶ୍ୟକତା ନାହିଁ ବୋଲି ଆର୍ଏମ୍ଆର୍ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି।
ସ୍କୁଲ ପିଲାଙ୍କ ମଧ୍ୟରେ ଏହା ଅଧିକ ବ୍ୟାପୁଥିବାରୁ ବାହାର ରାଜ୍ୟରେ ସ୍କୁଲ ବନ୍ଦ ଭଳି ସ୍ଥିତି ଉପୁଜିଛି। ହେଲେ ଆମ ରାଜ୍ୟ ଓଡ଼ିଶାରେ ସେଭଳି ଆତଙ୍କିତ ହେବା ଭଳି ସ୍ଥିତି ନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି। ଏଥିରେ ସଂକ୍ରମତି ହେଲେ ୭ଦିନ ମଧ୍ୟରେ ବିନା ଔଷଧରେ ବି ପିଲା ସୁସ୍ଥ ହୋଇପାରିବେ। ଏହାକୁ ନେଇ ଚିନ୍ତା ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।