ଦଣ୍ଡନାଚରେ ଅଶ୍ଲୀଳ ନୃତ୍ୟ ହେବନାହିଁ ପରିବେଷଣ : ଆଇନ ଶୃଙ୍ଖଳା ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଆସନ୍ତା ଏପ୍ରିଲ ପହିଲାରୁ ୧୩ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡନାଚ ପରିବେଷଣ ହେବ। ଏହିଭଳି ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ବିଭିନ୍ନ ସ୍ଥାନରେ ଦଣ୍ଡନାଚ ହେବ। ତେଣୁ ରବିବାର ଭଞ୍ଜନଗର ଥାନାରେ ଆମ ପୋଲିସ ସମିତିର ଏକ ବୈଠକ ହୋଇଥିଲା। ବୈଠକରେ ଆମ ପୋଲିସ ସମିତି କର୍ମକର୍ତ୍ତା ଏବଂ ଦଣ୍ଡନାଚ କମିଟି କର୍ମକର୍ତ୍ତାଙ୍କୁ ନେଇ ବୈଠକ ହୋଇଥିଲା। ଏଥିରେ ଭଞ୍ଜନଗର ଏସ ଡିପିଓ ସୁଜିତ୍‌ କୁମାର ନାୟକ ଯୋଗଦେଇ କହିଥିଲେ ଯେ, ଚଳିତ ଦଣ୍ଡନାଚରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଥିରେ ଯଦି କୌଣସି ଯାତ୍ରା କମିଟି ଅବମାନନା କରନ୍ତି ତେବେ ସଂପୃକ୍ତ କମିଟି ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଏସଡିପିଓ କହିଥିଲେ।
ଥାନା ଅଧିକାରୀ ଜିବନାନନ୍ଦ ଜେନା କହିଥିଲେ ଯେ, ଦଣ୍ଡନାଚରେ ରାଜନୀତି କରଣ କରିବା ନାହିଁ। ନିୟମ ଅନୁସାରେ ଯାତ୍ରା କରିବା। ବିଶୃଙ୍ଖଳା ଯେଭଳି ନ ହେବ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବା। ପୋଲିସ ଏବଂ ସଧାରଣ ଜନତା ମିଶି ଦଣ୍ଡନାଚ କିଭଳି ଶାନ୍ତି ଶୃଙ୍ଖଳାର ସହ ହେବ ସେଥିପାଇଁ ପଦକ୍ଷେପ ନିଆଯିବ। ବୈଠକରେ
ସମିତିର ସଭ୍ୟ ଡ .ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, କୃତିବାସ ବିଶ୍ବାଳ, ଅନ୍ତର୍ଯ୍ୟାମୀ ତ୍ରିଆଠୀ , ଜଗଦୀଶ ପାଣିଗ୍ରାହୀ, ଲୋକନାଥ କର, ମୁରଲୀ ପଣ୍ଡା, ସନ୍ତୋଷ ଜେନା, ସୁଶାନ୍ତ ମହାପାତ୍ର, ବାସନ୍ତୀ ପାଣିଗ୍ରାହୀ, ବିଷ୍ଠୁ ସେନାପତି, ଏସ ଆଇ ସମୀର କୁମାର ସେଠୀ, ଲକ୍ଷ୍ମୀ ମହାନ୍ତି, ଲିପିନା ବିଶ୍ବାଳ, ଏଏସଆଇ ବିଦେଶୀ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଅନୁପମ ବାନାର୍ଜୀ ସଭାକୁ ସଂଯୋଜନା କରିଥିଲେ। ଜଗବନ୍ଧୁ ଜେନା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ବରଗଡ଼ ଜିଲା ଗସ୍ତ

ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ) : ଓଡିଶା ଖାଦ୍ୟ ଆୟୋଗ ସଦସ୍ୟ ଦୟାନିଧି ଦାଶ ଏବଂ ଅକ୍ଷୟ କୁମାର ବେହେରା ତିନି ଦିନିଆ ବରଗଡ଼ ଜିଲା ଗସ୍ତରେ ଆସିଛନ୍ତି।...

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ନାବାଳକଙ୍କ ସମେତ ୩ ଅଟକ

ସୁନ୍ଦରଗଡ଼,୨୩ା୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ଆଦିବାସୀ ନାବାଳିକା(୧୫)ଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ...

ପୋଖରୀରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୩ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରିତାରେ ବିଳମ୍ବ ଜମି ଜଙ୍ଗଲମୁକ୍ତି ଆନ୍ଦୋଳନ କମିଟିର ଧାରଣା ଚେତାବନୀ

ନୂଆପଡ଼ା,୨୩ା୪ (ମକାରୁ ବେମାଲ)-ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧିତ ଆଇନ ୨୦୧୨ କାର୍ଯ୍ୟକାରିତାରେ ପ୍ରଶାସନର ଅହେତୁକ ବିଳମ୍ବ ସାଙ୍ଗକୁ ପଟ୍ଟା ପ୍ରଦାନରେ ସ୍ବଚ୍ଛତା ରହୁ...

ଉପତ୍ୟକାକୁ ଫେରିଲା ଆତଙ୍କବାଦ: ଆଜି କଶ୍ମୀର ବନ୍ଦ

ଶ୍ରୀନଗର/ପହଲଗାମ୍‌,୨୩।୪:ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଓଡ଼ିଆଙ୍କ ସମେତ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ମୃତକଙ୍କ...

ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କର:ଜିଲା ବିକାଶ ସମନ୍ବୟ-ତଦାରଖ କମିଟି ବୈଠକରେ ନିର୍ଦ୍ଦେଶ

ବରଗଡ,୨୩।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶନିବାର ଜିଲା ବିକାଶ ସମନ୍ବୟ ଏବଂ ମନିଟରିଂ କମିଟି ଦିଶାର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ...

ତଳାମପଦର ଅଞ୍ଚଳରେ କାଳବୈଶାଖୀ ପ୍ରଭାବ: ଉଡ଼ିଗଲା ଆଜବେଷ୍ଟସ୍‌

ଥୁଆମୂଳ ରାମପୁର,୨୩ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳାମପଦର ପଞ୍ଚାୟତର ତଳାମପଦର ଓ ଚୁଲବାଡିରେ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ...

ଯୁବକଙ୍କୁ ହତ୍ୟା ଘଟଣା: ଆଉ ଜଣେ ଗିରଫ

ଥୁଆମୂଳ ରାମପୁର,୨୩ା୪ (ଦୁର୍ଗା କୀର୍ତ୍ତି)- ଗତ ଜାନୁଆରୀ ୧୬ରେ ଥୁଆମୂଳ ରାମପୁର ଥାନା ପେଙ୍ଗଢୁସି ଗ୍ରାମଠାରେ ଜଣେ ଯୁବକଙ୍କ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image