ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ, ସଂସ୍କୃତି, କଳା, ଧର୍ମ, ଖାଦ୍ୟରୁଚିଠାରୁ ଆରମ୍ଭକରି ପ୍ରତିଟି ଓଡ଼ିଆ ବିଷୟ ସହ ଏହାକୁ ଯୋଡ଼ି ଦିଆଯାଉଛି। ହେଲେ ଏହି ଅସ୍ମିତାକୁ ସେହିମାନେ ଭଲ ଭାବେ ବର୍ଣ୍ଣନା କରିପାରୁ ନ ଥିବା ଦେଖିବାକୁ ମିଳୁଛି। ଓଡ଼ିଆ ଅଭିଧାନରେ ଏହାର ଅର୍ଥ ‘ଅହଂଜ୍ଞାନ’ ରହିଛି। କେହି ଅସ୍ମିତାର ବ୍ୟୁତ୍ପତ୍ତିଗତ ବ୍ୟାଖ୍ୟାନ କରିବାକୁ ଯାଇ ‘ସ୍ବାଭିମାନ’, ‘ଗର୍ବ’ ଆଦି ଶବ୍ଦକୁ ଏହାର ସମାର୍ଥବୋଧକ ବୋଲି ବିଚାର କରୁଛନ୍ତି। ସାମାଜିକ ଗଣମାଧ୍ୟମରେ କେତେକ ବୁଦ୍ଧିଜୀବୀ ଅସ୍ମିତାକୁ ଅହଂକାର ଓ ହମ୍‌ବଡ଼ାପଣ ଭାବେ ମଧ୍ୟ ଅଭିହିତ କରୁଛନ୍ତି। କେତେକେ ମଧ୍ୟ କହୁଛନ୍ତି ଅସ୍ମିତା ଶବ୍ଦ ବଙ୍ଗଳା ଭାଷାରୁ ଆମଦାନୀ କରାଯାଇଛି। ତେଣୁ ଅସ୍ମିତା ପରିବର୍ତ୍ତେ ସ୍ବାଭିମାନ ଶବ୍ଦ ବ୍ୟବହାର କଲେ ଅଧିକ ଓଡ଼ିଆତ୍ୱର ବାସ୍ନା ମିଳିପାରିଥାଏ ବୋଲି ଆଉ କିଛି କହୁଛନ୍ତି।
ଦେଶର ଷଷ୍ଠ ଭାଷା ଭାବେ ଓଡ଼ିଆ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଥିଲେ ମଧ୍ୟ ଏହାର ସୁରକ୍ଷା ଦିଗରେ କେହି ଚିନ୍ତିତ ଥିବା ଭଳି ଦେଖାଯାଉନାହାନ୍ତି। ଏଠି ଓଡ଼ିଆ ଭାଷାରେ ‘ଅସ୍ମିତା’ ଶବ୍ଦର ବ୍ୟବହାରକୁ ନେଇ ମୌଳିକ ପ୍ରଶ୍ନ ଉଠୁନାହିଁ। ନିର୍ବାଚନୀ ଉଷ୍ମତାରେ ରାଜନୈତିକ ବ୍ୟକ୍ତିମାନେ ଓଡ଼ିଆ ଭାଷାକୁ କିଭଳି ବିକୃତ କରୁଛନ୍ତି ଏବଂ ଯେଉଁଠି ପାରୁଛନ୍ତି ସେଠି ଭାଷାକୁ କଦର୍ଥ କରି ଦେଉଥିବାରୁ ପ୍ରତିଟି ଓଡ଼ିଆ ଲଜ୍ଜିତ ହେବା କଥା। ୧୯୩୬ରେ ଭାଷାଭିତ୍ତିକ ପ୍ରଦେଶ ମାନ୍ୟତା ପାଇଥିବା ଓଡ଼ିଶାରେ ଏବେ ଭାଷା ସଙ୍କଟ ମଧ୍ୟ ଦେଇ ଗତି କରୁଛି। ପ୍ରତ୍ୟେକ ରାଜନୈତିକ ଦଳରେ ଏଭଳି ଅନେକ ରାଜନେତା ଭାଷଣ ଦେଉଥିବା ବେଳେ ଧାଡ଼ି ରଖି କଥା କହିପାରୁନାହାନ୍ତି। ସଭା ଆଗରେ ଅସଂଖ୍ୟ ଲୋକଙ୍କୁ ଦେଖିବା ମାତ୍ରେ କେତେକ ଉତ୍ତେଜିତ ହୋଇ ଅପଶବ୍ଦ ମଧ୍ୟ ବ୍ୟବହାର କରିଦେଉଛନ୍ତି। ସବୁଠାରୁ କୌତୂହଳର କଥା ହେଉଛି ଯେଉଁମାନେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି ସେମାନେ ମଧ୍ୟ ଓଡ଼ିଆର ଅସ୍ତିତ୍ୱ ତଳେ ପକାଇ ଦେଉଛନ୍ତି। ଏଭଳି କାହିଁକି ହେଉଛିର ମୂଳ ଖୋଜିଲେ ‘ଦିନେ ନାହିଁ, କାଳେ ନାହିଁ, ଗହ୍ମାପୂନେଇଁରେ ମାଈଁ’ ଆପ୍ତବାକ୍ୟ ମନକୁ ଆସୁଛି। ଲୋକଙ୍କୁ ସତ କହିବାକୁ ଚାହୁଁଥିଲେ ସେମାନେ ଝୁଣ୍ଟି ପଡ଼ନ୍ତେ ନାହିଁ। ଦେଖାଯାଉଛି ମିଥ୍ୟାର ଆଶ୍ରୟ ନେବା ସହ ଅବାଞ୍ଝିତ ପ୍ରତିଶ୍ରୁତି ଦେଉଥିବାରୁ ରାଜନେତାମାନେ ବାଉଳା ହୋଇଯାଉଛନ୍ତି। ଫଳରେ ଭୋଟର ଭକୁଆ ଭଳି ସେମାନଙ୍କୁ ଅନାଇ ରହୁଛି। ଏହି ପରିପ୍ରେକ୍ଷୀରେ ଅନେକେ ଶୁଣିଥିବା ଏକ ଲୋକକଥା ମନେପଡ଼ୁଛି। ଥରେ ଜଣେ ରାଜା ପାଲିଙ୍କିରେ ନଗର ପରିକ୍ରମା କରୁଥିଲେ। ପାଲିଙ୍କି ବାହକମାନଙ୍କ କଷ୍ଟକୁ ଦେଖି ରାଜା ପଚାରିଦେଲେ ‘ସ୍କନ୍ଧଂ କିଂ ବାଧତି’। ସେମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଲେ -ସ୍କନ୍ଧଂ ନ ବାଧତେ ରାଜନ୍‌, ତବ ‘ବାଧତି’ ବାଧତେ। ବାସ୍ତବରେ ରାଜାଙ୍କ ଉଚ୍ଚାରଣ ‘ବାଧତି’ ନ ହୋଇ ‘ବାଧତେ’ ହୋଇଥାଆନ୍ତା। ଏଥିରୁ ଏହା ବୁଝିବାକୁ ହେବ ଯେ, ସେହି ସମୟରେ ସାଧାରଣ ପ୍ରଜା ନିଜ ଭାଷା ପ୍ରତି କେତେ ସଚେତନ ଥିଲେ। ଦୀର୍ଘକାଳ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଲୋକମୁଖରେ ଏହି ରାଜା-ପ୍ରଜା ବାର୍ତ୍ତାଳାପ ଶାସକଙ୍କ ଖୁଣକୁ ଦର୍ଶାଇବାରେ ଶାସିତ ବର୍ଗ କିଭଳି ସଫଳ ହୋଇଥିଲେ, ଏହା ଥିଲା ତାହାର ଏକ ମାର୍ମିକ ପ୍ରତିବେଦନ। ବର୍ତ୍ତମାନ ପରିପ୍ରେକ୍ଷୀରେ ଅର୍ଥାତ୍‌ ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ଆମ ପାଖରେ ଭାଷାଜ୍ଞାନ ସମୃଦ୍ଧ କରିବା ପାଇଁ ସବୁ ସାଧନ ଥିଲେ ମଧ୍ୟ ଅନେକେ ତାହାକୁ ବିକୃତ କରିବାରେ ଲାଗିଛନ୍ତି। ଦଳେ ଓଡ଼ିଆ ଭାଷାକୁ ଦକ୍ଷିଣୀ କଲା ବେଳକୁ ଆଉ ଦଳେ ହିନ୍ଦୀ ଭାଷାରେ ପ୍ରଭାବିତ କରାଇ ଆମ ଭାଷାକୁ ହତ୍ୟା କରୁଛନ୍ତି। ସେହିଭଳି ଓଡ଼ିଶାର ହିନ୍ଦୁ ଧର୍ମକୁ ଦେଖିଲେ ଯେଉଁ ମାତୃଶକ୍ତିକୁ ପ୍ରତ୍ୟେକ ଗାଁର ଗ୍ରାମଦେବୀଙ୍କ ମନ୍ଦିରରେ ପୂଜା କରାଯାଏ, ସେଠାରେ ଏକ ଉତ୍ତର ଭାରତର ପ୍ରଭାବକୁ ଆଣି ଥୋଇଦେବାର ପ୍ରୟାସ ପ୍ରମାଣ କରୁଛି ଯେ, ଓଡ଼ିଶାରେ ରାଜନୀତି କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବାସ୍ତବ ଓଡ଼ିଆପ୍ରେମୀ ବୋଇଲେ କେହି ନାହାନ୍ତି। କ୍ଷମତା ଲୋଭରେ ନିଜ ମାତାପିତାଙ୍କୁ ଯେଉଁମାନେ ଭୁଲିଯାଆନ୍ତି, ସେମାନେ କୌଣସି ଅସ୍ମିତାକୁ ରକ୍ଷା କରିବାକୁ ଚେଷ୍ଟା ମଧ୍ୟ କରିବେ ନାହିଁ ବୋଲି ଜଳଜଳ ଦିଶୁଛି।

ଦଳେ ଓଡ଼ିଆ ଭାଷାକୁ ଦକ୍ଷିଣୀ କଲା ବେଳକୁ ଆଉ ଦଳେ ହିନ୍ଦୀ ଭାଷାରେ ପ୍ରଭାବିତ କରାଇ ଆମ ଭାଷାକୁ ହତ୍ୟା କରୁଛନ୍ତି । ସେହିଭଳି ଓଡ଼ିଶାର ହିନ୍ଦୁ ଧର୍ମକୁ ଦେଖିଲେ ଯେଉଁ ମାତୃଶକ୍ତିକୁ ପ୍ରତ୍ୟେକ ଗାଁର ଗ୍ରାମଦେବୀଙ୍କ ମନ୍ଦିରରେ ପୂଜା କରାଯାଏ, ସେଠାରେ ଏକ ଉତ୍ତର ଭାରତର ପ୍ରଭାବକୁ ଆଣି ଥୋଇଦେବାର ପ୍ରୟାସ ପ୍ରମାଣ କରୁଛି ଯେ, ଓଡ଼ିଶାରେ ରାଜନୀତି କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବାସ୍ତବ ଓଡ଼ିଆପ୍ରେମୀ ବୋଇଲେ କେହି ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଂସାରର ବିଜ୍ଞାନ ତତ୍ତ୍ୱ

ମେ ଆମ ଚାରିପାଖରେ ଯେଉଁସବୁ ଘଟଣା ଦେଖୁଛେ ତାହା ସବୁ ବିଜ୍ଞାନର କିଛି ମୌଳିକ ନିୟମ ଅନୁସାରେ ଘଟିଥାଏ । ସୂର୍ଯ୍ୟଙ୍କ ଉଦୟ ଏବଂ ଅସ୍ତ...

କେହି କାହାରିକୁ ଶିଖାନ୍ତି ନାହିଁ

ଗୁରୁ ଟିକିଏ ନିଶ୍ଚୁପ ହୋଇ ନବାଗତଙ୍କ ଆଡ଼େ ଦୃଷ୍ଟିପାତ କରୁଥିଲେ। କିଛିକ୍ଷଣ ପରେ ନୀରବତା ଭଙ୍ଗ କରି ଗୁରୁ କହିଲେ- ବତ୍ସ! ତୁମେ ମୋ ପାଖକୁ...

ବାଣିଜ୍ୟ ବ୍ୟବସ୍ଥାର ପୁନର୍ଗଠନ ଲୋଡ଼ା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ପ୍ରାରମ୍ଭରେ ଅତ୍ୟଧିକ ଟାରିଫ ବୃଦ୍ଧି କରିଥିଲେ। ଏହା ବାଣିଜ୍ୟ ଯୁଦ୍ଧକୁ ତୀବ୍ର କରିଥିଲା, ଯାହାକୁ ସେ ‘ଲିବରେଶନ ଡେ’...

ମୁଁ ଓ ମୋର

ମାନବ ସମାଜରେ ବ୍ୟକ୍ତିବାଚକ ସର୍ବନାମ ‘ମୋ’ ଶବ୍ଦରେ ସବୁକିଛିର ମୂଲ୍ୟ ନିହିତ ରହିଛି। ଆମେ କହିଥାଉ ଏ ଜାଗା ମୋର। ଏ ଦେହ ମୋର। ବାସ୍ତବରେ...

ନିଯୁକ୍ତିର ମରୀଚିକା

ଉପଯୁକ୍ତ ଜୀବିକା ଓ କର୍ମନିଯୁକ୍ତି ପ୍ରତ୍ୟେକ ମନୁଷ୍ୟକୁ ବିକାଶ ଦିଗକୁ ଟାଣି ନେଇଥାଏ। ନିଯୁକ୍ତି ଦେଇଥାଏ ନୂଆ ଆଶାର ଆଲୋକ, ଯାହା ଫଳରେ ବ୍ୟକ୍ତିଟିଏ ନିଜ...

ବାକ୍‌ ସଂଯମ: ଏକ ସାଧନା

ଷୋଡ଼ଶ ଶତାବ୍ଦୀର ଏକ ଘଟଣାରୁ ପ୍ରବନ୍ଧଟି ଆରମ୍ଭ କରୁଛି। ଇଂରେଜ ମନୀଷୀ ଥୋମାସ୍‌ କୁପାର ଆଠବର୍ଷ କଠିନ ପରିଶ୍ରମ କରି ଏକ ଅଭିଧାନ ସଂକଳନ କରୁଥିଲେ।...

୩୦ ବର୍ଷ ପୂର୍ବରୁ ଓ ପରେ

ବିଶ୍ୱର ପ୍ରାୟ ସମସ୍ତ ବିକଶିତ ଦେଶ ସେମାନଙ୍କ ମାନବ ଶକ୍ତିକୁ ବିଭିନ୍ନ କ୍ଷେତ୍ରରେ ସର୍ବାଧିକ ବିନିଯୋଗ କରିପାରିଛନ୍ତି। ଏହି କ୍ରମରେ ଭାରତ ପାଇଁ ଏଭଳି କରିବା...

ଏଇ ଭାରତରେ

ପେସାରେ ସାମ୍ବାଦିକ ହେଲେ ମଧ୍ୟ ଚାଷରେ ଏକ ନମ୍ବର। ଏମିତି ଜଣେ ସାମ୍ବାଦିକ ହେଉଛନ୍ତି କେରଳର ୫୪ ବର୍ଷୀୟ ନାରାୟଣନ୍‌ କନାଲୟାମ। ତାଙ୍କ ଫାର୍ମରେ ୮୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image