Categories: ଜାତୀୟ

ଭାଜପାରୁ କୌଣସି ଅଫର୍‌ ମିଳିନାହିଁ: ଶରଦ ପାଓ୍ବାର

ପୁଣେ,୧୬।୮: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଏନସିପି ସୁପ୍ରିମୋ ଶରଦ ପାୱାର ବୁଧବାର ଭାଜପାରୁ କୌଣସି ଅଫର୍‌ ମିଳି ନ ଥିବା ସ୍ପଷ୍ଟ କରିଛନ୍ତି। ଶରଦ ପାୱାର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚହ୍ବାନଙ୍କ ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ମୋତେ ଭାଜପା ପକ୍ଷରୁ କୌଣସି ଅଫର୍‌ ଦିଆଯାଇନାହିଁ। ଅଜିତ ପାଓ୍ବାରଙ୍କ ସହ ହୋଇଥିବା ବୈଠକରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ। ଭାଜପାର ଅଫର ପାଇଁ ଅଜିତ ଏବଂ ଶରଦଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ହୋଇଥିବା ଚହ୍ବାନ ଦାବି କରିଥିଲେ।
ଛତ୍ରପତି ସମ୍ଭାଜୀ ନଗରରେ ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି, ଭାଜପା ଲୋକମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ଚାହୁଁଛି ଏବଂ ଧର୍ମ, ସମ୍ପ୍ରଦାୟ ଆଧାରରେ ଲୋକଙ୍କୁ ବିଭକ୍ତ କରୁଛି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ସରକାରକୁ ଭାଜପା ଅସ୍ଥିର କରିଥିଲ। ‘ଇଣ୍ଡିଆ’ର ପରବର୍ତ୍ତୀ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଭାଜପା ସହିତ ଲଢିବା ପାଇଁ ଏଠାରେ ଏକ ସଫଳ ରଣନୀତି ପ୍ରସ୍ତୁତ ହେବ।

 

Share