Categories: ଜାତୀୟ

ଘୃଣା ଦ୍ୱାରା କେହି ଉପକୃତ ହୁଅନ୍ତି ନାହିଁ, କାହିଁକି ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୨୩ା୯: କଂଗ୍ରେସ ଏମ୍‌ପି ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀରର ସୁରନକୋଟରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ରାହୁଲ କହିଛନ୍ତି, ବର୍ତ୍ତମାନ ପୂର୍ବ ନରେନ୍ଦ୍ର ଆଉ ନାହାନ୍ତି। ଆମେ ସଂସଦରେ ଦେଖୁଛୁ, ବର୍ତ୍ତମାନ ନରେନ୍ଦ୍ର ମୋଦିଙ୍କ ୫୬ ଇଞ୍ଚ ଛାତି ଦେଖିବାକୁ ମିଳୁନାହିଁ।

ରାହୁଲ ଆହୁରି ମଧ୍ୟ କହିଛନ୍ତି, ଆମେ ଅର୍ଥାତ୍‌ ଇଣ୍ଡିଆ ମିଳିତ ମେଣ୍ଟ ମାନସିକ ସ୍ତରରେ ମୋଦିଙ୍କ ମନୋବଳକୁ ସବୁଦିନ ପାଇଁ ଭାଙ୍ଗି ଦେଇଛି। ଭାଜପା ଏବଂ ଆର୍‌ଏସ୍‌ଏସ୍‌ ଲୋକ ଘୃଣା ବିସ୍ତାର କରିଥିଲେ। ସାରା ଦେଶରେ ଘୃଣା ବିସ୍ତାର କରନ୍ତୁ ମନା ନାହିଁ। ହେଲେ ଘୃଣା ଦ୍ୱାରା କେହି କେବେ ଉପକୃତ ହୁଅନ୍ତି ନାହିଁ ବୋଲି ରାହୁଲ କହିଛନ୍ତି।

Share