ଆଇପିଏଲ୍‌ରେ କେହି କିଣି ନ ଥିଲେ; ଏବେ ଢାକା ପ୍ରିମିୟର ଲିଗ୍‌ରେ ଦମ୍‌ ଦେଖାଇବେ…

ମୁମ୍ବାଇ,୧୫।୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବିକ୍ରି ହୋଇ ନ ଥିବା ୭ ଭାରତୀୟ କ୍ରିକେଟର ଢାକା ପ୍ରିମିୟର ଲିଗ(ଡିପିଏଲ)ରେ ଭାଗ ନେବେ। ଏମାନଙ୍କ ମଧ୍ୟରେ ଅଛନ୍ତି ଟିମ ଇଣ୍ଡିଆର ନୂଆ ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀ, ବେଙ୍ଗଲ ଅଧିନାୟକ ଅଭିମନ୍ୟୁ ଈଶ୍ୱରନ, ପରଭେଜ ରସୁଲ, ବାବା ଅପରାଜିତ, ଅଶୋକ ମେନାରିଆ, ଚିରାଗ ଜାନି ଓ ଗୁରିନ୍ଦର ସିଂ। ୧୧ ଟିମ ବିଶିଷ୍ଟ ଦିନିକିଆ ଟୁର୍ନାମେଣ୍ଟ ଲାଗି ବିହାରୀଙ୍କ ସମେତ ଏହି ସମସ୍ତ କ୍ରିକେଟର ବେଶ ଉତ୍ସାହିତ ଥିବା ଜଣାପଡ଼ିଛି।

ବିସିସିଆଇ ନିଲାମ ବେଳେ ବିକ୍ରି ହୋଇଥିବା ଖେଳାଳିଙ୍କୁ ଡିପିଏଲ୍‌ ଦିନିକିଆ ଟୁର୍ନାମେଣ୍ଟରେ ଖେଳିବାର ସୁଯୋଗ ଦେଇଛି। ଆଇପିଏଲ ଚାଲିଥିବା ବେଳେ କୌଣସି ଅନ୍ତର୍ଜାତୀୟ କିମ୍ବା ଘରୋଇ ଟୁର୍ନାମେଣ୍ଟ ହେବନି। ଏଣୁ ପ୍ରଥମ ଶ୍ରେଣୀ କ୍ରିକେଟରମାନେ ଡିପିଏଲ୍‌ ଖେଳିବାର ସୁଯୋଗ ପାଇଛନ୍ତି।

Share