ଭିଡୁ କହି ଆଉ ଜ୍ୟାକି ଶ୍ରଫଙ୍କୁ କେହି କରିପାରିବେନି ନକଲ? ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲେ ଅଭିନେତା

ନୂଆଦିଲ୍ଲୀ,୧୪।୫: ବଲିଉଡର ଅଭିନେତା ଜ୍ୟାକି ଶ୍ରଫ ତାଙ୍କର ଭିନ୍ନ ଶୈଳୀ ପାଇଁ ଜଣାଶୁଣା । ତାଙ୍କରଷ୍ଟାଇଲ ଏବଂ କଥାବାର୍ତ୍ତା କରିବାର ଶୈଳୀ ଯାହା ତାଙ୍କୁ ଅନ୍ୟ ବଲିଉଡ ଅଭିନେତାମାନଙ୍କଠାରୁ ଭିନ୍ନ କରିଥାଏ। ଯେତେବେଳେ ଜ୍ୟାକି କାହା ସହିତ କଥାବାର୍ତ୍ତା କରନ୍ତି, ସେ ନିଶ୍ଚିତ ଭାବରେ ଭିଡୁ ଶବ୍ଦ ବ୍ୟବହାର କରନ୍ତି। ସମସ୍ତେ ଜ୍ୟାକି ଶ୍ରଫଙ୍କ ଏହି ଶବ୍ଦ ବ୍ୟବହାର କରିବା ଆରମ୍ଭ କରିଥିଲେ, ଯେଉଁଥିପାଇଁ ଅଭିନେତା ବର୍ତ୍ତମାନ ସେହି ଲୋକଙ୍କ ବିରୋଧରେ କୋର୍ଟରେ ପହଞ୍ଚିଛନ୍ତି। ଜ୍ୟାକି ଶ୍ରଫ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନରେ ସେ ତାଙ୍କର ବ୍ୟକ୍ତିଗତ ତଥା ପ୍ରଚାର ଅଧିକାରର ସୁରକ୍ଷା ଦାବି କରିଛନ୍ତି।
ତାଙ୍କ ବିନା ଅନୁମତିରେ ତାଙ୍କ ନାମ, ଫଟୋ, ସ୍ବର ଏବଂ ‘ଭିଡୁ’ ଶବ୍ଦ ବ୍ୟବହାର କରୁଥିବା ସଂସ୍ଥା ବିରୋଧରେ ଜ୍ୟାକି ଶ୍ରଫ ଏକ ମକୋଦ୍ଦମା ଦାୟର କରିଛନ୍ତି।

Share