Categories: ଜାତୀୟ

‘କଂଗ୍ରେସକୁ କେହି ହରାଇପାରିବେ ନାହିଁ, ଦଳ ନିଜକୁ ହିଁ ନିଜେ ହରାଇପାରିବ’

ଚଣ୍ଡିଗଡ,୩୦।୧: ପଞ୍ଜାବରେ ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ଦଳର ନେତାଙ୍କ ମଧ୍ୟ ଆରୋପ-ପ୍ରତ୍ୟାରୋପ ଲମ୍ବିବାରେ ଲାଗିଛି। ଶିରୋମଣି ଅକାଳୀ ଦଳର ବିଧାୟକ ବିକ୍ରମ ମାଜିଠିଆ ଏବଂ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଛି। ରବିବାର ସିଦ୍ଧୁ ବିକ୍ରମଙ୍କ ନାଁରେ ଅଭିଯୋଗ ଆଣି କହିଛନ୍ତି, ସେ (ବିକ୍ରମ ସିଂ ମାଜିଥିଆ) ଜଣେ ‘ପର୍ଚ୍ଚା ମାଫିଆ’। ସେ ଅନେକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ମୁଁ କାହା ବିରୋଧରେ ଗୋଟିଏ ବି ମାମଲା ଦାୟର କରି ନାହିଁ। କଂଗ୍ରେସ ଏକ ଶକ୍ତିଶାଳୀ ଏବଂ ସୁରକ୍ଷିତ ସରକାର ଦେବ ବୋଲି ସମସ୍ତେ ଜାଣନ୍ତି। ଆମେ ଏକ ନୂତନ ପଞ୍ଜାବ ତିଆରି କରିବୁ ବୋଲି ସେ କହିଛନ୍ତି।
ସେପଟେ ଅମୃତସରରେ ସିଦ୍ଧୁଙ୍କୁ ରାଜ୍ୟ ୟୁନିଟରେ ଦଳଗତ ବିଷୟରେ ପଚରାଯାଇଥିଲା। କଂଗ୍ରେସକୁ କେହି ପରାସ୍ତ କରିପାରିବେ ନାହିଁ। କେବଳ କଂଗ୍ରେସ ନିଜକୁ ପରାସ୍ତ କରିପାରିବ ବୋଲି ସେ କହିଥିଲେ।

Share