Categories: ଜାତୀୟ

ମୃତ୍ୟୁ ଠାରୁ କେହି ଲୁଚି ପାରିବେ ନାହିଁ

ଗୁରଗାଓଁ,୧୨।୩ : ବର୍ଷାରୁ ଲୁଚିବାକୁ ଯାଇ ଆଶ୍ରୟ ନେଇଥିଲେ ଗଛ ତଳେ। ହେଲେ ତାହା ଥିଲା ମୃତ୍ୟୁର କୋଳ। ଗଛ ଉପରେ ବଜ୍ରପାତ ପଡ଼ିବାରୁ ଚାଲିଗଲା ଜଣଙ୍କ ଜୀବନ। ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ହରିୟାଣାର ଗୁରଗାଓଁର ସେକ୍ଟର ୮୨ ସ୍ଥିତ ସିଙ୍ଗନେଚର ବିଳାସ ଆପାର୍ଟମେଣ୍ଟ କମ୍ପ୍ଲେକ୍ସଠାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଏହି ଅଘଟଣ କଏଦ ହୋଇଛି ସିସି ଟିଭିରେ।

ରେସିଡେନସିଆଲ ସୋସାଇଟିର ୪ ହର୍ଟିକଲଚର ଷ୍ଟାଫ ବର୍ଷାରୁ ଲୁଚିବା ପାଇଁ ଗଛ ତଳେ ଛିଡ଼ା ହୋଇଥିଲେ। ହଠାତ୍‌ ଗଛ ଉପରେ ବଜ୍ରପାତ ପଡ଼ିଥିଲା। ସଙ୍ଗେ ସଙ୍ଗେ ଚେତା ହରାଇ ତଳେ ପଡ଼ିଗଲେ ୩ ଜଣ। କିନ୍ତୁ ଗଛକୁ ଲାଗିକି ଛିଡ଼ା ହୋଇଥିବା ଚତୁର୍ଥ ବ୍ୟକ୍ତିଙ୍କୁ ତଳେ ପଡ଼ିବାକୁ ଲାଗିଥିଲେ କିଛି ସେକେଣ୍ଡ। ସେମାନଙ୍କୁ ମେଡିକାଲ ନିଆଯାଇଥିଲା। ମେଡିକାଲରେ ପହଞ୍ଚିବା ପୂର୍ବରୁ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।

Share