ପ୍ୟୋଙ୍ଗୟାଙ୍ଗ,୧୭ା୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନଙ୍କ ଝିଅଙ୍କ ନାଁରେ ଅନ୍ୟ କେହି ଯୁବତୀ କିମ୍ବା ମହିଳାଙ୍କ ନାମ ରହିପାରିବ ନାହିଁ। ଯେଉଁ ଯୁବତୀ କିମ୍ବା ମହିଳାଙ୍କ ନାମ ଏହି ନାଁରେ ରହିଛି ସେମାନେ ତୁରନ୍ତ ନାମ ପରିବର୍ତ୍ତନ କରିବାକୁ ବାଧ୍ୟ ହେଉଛନ୍ତି। କିମ୍ଙ୍କ ଝିଅଙ୍କ ନାମ ‘କିମ୍ ଜୁ ଏ’। ଜୁ’ଙ୍କ ବୟସ ୧୦ ବର୍ଷ ବୋଲି କୁହାଯାଉଛି।
ରିପୋର୍ଟ ଅନୁଯାୟୀ, ଜୋଙ୍ଗ ଜୁ ସହରର ସୁରକ୍ଷା ମନ୍ତ୍ରଣାଳୟ ଗୋଟିଏ ଦିନ ପୂର୍ବରୁ‘ଜୁ ଏ’ ନାମରେ ରେସିଡେଣ୍ଟ ରେଜିଷ୍ଟ୍ରେଶନ ବିଭାଗରେ ପଞ୍ଜୀକୃତ ମହିଳାମାନଙ୍କୁ ନାମ ପରିବର୍ତ୍ତନ କରିବାକୁ ଆହ୍ବାନ କରିଥିଲା। ଏହା ପରେ ଅଧିକାରୀମାନେ ସମସ୍ତଙ୍କୁ ଏକ ସପ୍ତାହ ମଧ୍ୟରେ ନାମ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ମଧ୍ୟ ଏହି ପ୍ରକାରର ଆଦେଶ କାର୍ଯ୍ୟକାରୀ କରିଛନ୍ତି। ଉତ୍ତର କୋରିଆ ଲୋକମାନଙ୍କୁ ଏହାର ନେତା ଏବଂ ସେମାନଙ୍କ ପରିବାରର ନାମ ବ୍ୟବହାର କରିବାକୁ ବାରଣ କରିଥିଲା।
୨୦୧୪ରେ କିମ୍ ଜୋଙ୍ଗଙ୍କ ନାମ ବ୍ୟବହାର ନ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଥିଲା। ନିକଟରେ ଉତ୍ତର କୋରିଆର ସାମରିକ ପରେଡରେ କିମଙ୍କ ଝିଅ ନଜର ଆସିଥିଲେ। ଏହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। କୁହାଯାଉଛି କିମ୍ ଝିଅଙ୍କୁ ଉତ୍ତରାଧିକାରୀ କରିପାରନ୍ତି।