Advertisement
Categories: ଜାତୀୟ

କଂଗ୍ରେସକୁ କେହି ବଞ୍ଚାଇ ପାରିବେ ନାହିଁ: ଶିବରାଜ

ଭୋପାଳ,୨୪।୮: ଗୋଟିଏ ପଟେ ନେତୃତ୍ୱ ପରିବର୍ତ୍ତନକୁ ନେଇ କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଡବ୍ଲୁସି )ର ବୈଠକ ଚାଲୁଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଆଲୋଚନା ସମାଲୋଚନା। କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ଉକ୍ତ ବୈଠକରେ କେତେଜଣ ବରିଷ୍ଠ ନେତାଙ୍କୁ ନେଇ କହିଥିଲେ କି ସେମାନଙ୍କର ସମ୍ପର୍କ ଭାରତୀୟ ଜନତା ପାର୍ଟି(ଭାଜପା) ସହ ରହିଛି। ଏହାପରେ କଂଗ୍ରେସର ବରିଷ୍ଠ ନେତାମାନେ ଖୁବ୍‌ ରାଗି ଯାଇଥିଲେ। ଏବେ ଏହାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଯେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁହଁ ଖୋଲିଥିଲେ ସେତେବେଳେ ତାଙ୍କ ଉପରେ ଅଭିଯୋଗ ଆସିଥିଲା କି ତାଙ୍କର ଭାଜପା ସହ ସମ୍ପର୍କ ରହିଛି। ଏବେ ଗୁଲାମ ନବି ଆଜାଦ ଓ କପିଲ ଶିବଲଙ୍କ ଭଳି ବରିଷ୍ଠ ନେତା ଯେତେବେଳେ ଦଳର ସ୍ଥାୟୀ ଅଧ୍ୟକ୍ଷ କଥା ଉଠାଇଛନ୍ତି ସେତେବେଳେ ମଧ୍ୟ ଅଭିଯୋଗ ଆସୁଛି କି ସେମାନଙ୍କର ଭାଜପା ସହ ସମ୍ପର୍କ ରହିଛି। ପ୍ରକୃତରେ କଂଗ୍ରେସ ଦଳକୁ କେହି ରକ୍ଷା କରିପାରିବେନି ବୋଲି କହିଛନ୍ତି ଚୌହାନ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share