ଜମ୍ମୁ-କଶ୍ମୀରକୁ ଭାରତଠାରୁ କେହି ନେଇ ପାରିବେ ନାହିଁ: ସୁରକ୍ଷା ପରିଷଦରେ ଭାରତର ମନ୍ତବ୍ୟ…

ଜେନେଭା,୮।୩ : ମିଳିତ ଜାତିସଂଘରେ ଭାରତ ପୁଣି ଥରେ ପାକିସ୍ତାନକୁ କଡ଼ା ଜବାବ ନେଇଛି। ମହିଳା, ଶାନ୍ତି ଏବଂ ସୁରକ୍ଷା ଉପରେ ସୁରକ୍ଷା ପରିଷଦ ବିତର୍କ ସମୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଏହା ଉପରେ ଭାରତ ପାକିସ୍ତାନ ଉପରେ ଚାପ ପକାଇ ବିଲାୱାଲଙ୍କୁ ଉପଯୁକ୍ତ ଉତ୍ତର ଦେଇଛି। ଭାରତ କହିଛି ଯେ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ତଥା ମିଥ୍ୟା ପ୍ରଚାରର ଜବାବ ଦେବାକୁ ଆମେ ଚାହୁଁନାହୁଁ। ଏହି ବକ୍ତବ୍ୟର ଉତ୍ତର ମଧ୍ୟ ଦେବା ଯୋଗ୍ୟ ନୁହେଁ।

ଜମ୍ମୁ-କଶ୍ମୀର ଉପରେ ପାକିସ୍ତାନ ବିଲାୱାଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ଏହାକୁ ବିବୃତ୍ତିକୁ ଭିତ୍ତିହୀନ ଏବଂ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି।

ଏହା ଉପରେ ଭାରତ କହିଛି ଯେ ଆମେ ପାକିସ୍ତାନକୁ ଅନେକ ଥର କହିଛୁ ଯେ ଜମ୍ମୁ-କଶ୍ମୀରର ୟୁନିଅନ ଟେରିଟୋରୀ ଏବଂ ଲଦାଖର ସମଗ୍ର ଅଞ୍ଚଳ ଭାରତର ଏକ ଅଂଶ ଅଟେ ଏବଂ ରହିବ। ଏହାକୁ ଭାରତଠାରୁ କେହି ନେଇ ପାରିବେ ନାହିଁ। ଭାରତ କହିଛି ଯେ ପାକିସ୍ତାନ ସହ ସାଧାରଣ ପଡୋଶୀ ସମ୍ପର୍କ ଚାହୁଁଛି, କିନ୍ତୁ ଏଥିପାଇଁ ଆତଙ୍କବାଦ ଏବଂ ଶତ୍ରୁତା ମୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ଇସଲାମାବାଦ ଉପରେ ରହିଛି।

Share