ବାହାର ଚକାଚକ୍‌, ଭିତର ଶ୍ରେଣୀଗୃହ ନେଇ କାହାର ଚିନ୍ତା ନାହିଁ

ନନ୍ଦପୁର,୧୪।୫( ଡି.ଏନ୍‌.ଏ.): ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତରେ ରହିଛି ନେତାଜୀ ଉଚ୍ଚ ବିଦ୍ୟାଳୟ। କୋରାପୁଟ ଜିଲାର ଏକ ଆଦର୍ଶ ବିଦ୍ୟାଳୟ ରୂପେ ଏହାର ପରିଚିତି ରହିଛି। ୫-ଟିରେ ରୂପାନ୍ତରିତ ହୋଇଥିବା ଏହି ବିଦ୍ୟାଳୟ ପ୍ରବେଶ ପଥ ବେଶ୍‌ ଆଖିଦୃଶିଆ ହୋଇଥିବା ବେଳେ ଭିତରେ ଶ୍ରେଣୀଗୃହଗୁଡ଼ିକର ଅବସ୍ଥା ବିପଦସଙ୍କୁଳ ହୋଇପଡିଛି। ଏନେଇ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି।
୧୯୯୨ରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ଆଜବେଷ୍ଟସ୍‌ ଛପର ଶ୍ରେଣୀଗୃହଗୁଡ଼ିକର ଆଜବେଷ୍ଟସ୍‌ଗୁଡ଼ିକ ଭାଙ୍ଗିରୁଜି ଗଲାଣି। ଛପରକୁ ଧରି ରଖିଥିବା କାଠଗୁଡ଼ିକ ଉଇଖାଇ ନଷ୍ଟ ହେଲାଣି। କାନ୍ଥରୁ ମାଟି ଖସୁଛି। ବିଭିନ୍ନ ସମୟରେ ଥୁବା ପଞ୍ଚାୟତ ପ୍ରଶାସନ, ବ୍ଲକ ପ୍ରଶାସନ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ, ବ୍ଲକ ଓ ଜିଲା ଶିକ୍ଷାଧିକାରୀ, ଜିଲା ପରିଷଦ ପ୍ରତିନିଧି, ଜିଲାପାଳ ବିଦ୍ୟାଳୟକୁ ପରିଦର୍ଶନରେ ଆସି ଶ୍ରେଣୀଗୃହଗୁଡ଼ିକର ଅବସ୍ଥା ଦେଖି ଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ଏସ୍‌ଏମ୍‌ସି ସଭାପତି ଜୟସନ୍‌ ଖିଲ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମେଶ୍ବର ଦୋରା କହିଛନ୍ତି। ବର୍ତ୍ତମାନ ଏହି ବିଦ୍ୟାଳୟରେ ୪୭୫ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଅଷ୍ଟମ ଶ୍ରେଣୀରେ ୧୧୮, ନବମ ଶ୍ରେଣୀରେ ୧୯୫ ଓ ଦଶମ ଶ୍ରେଣୀରେ ୧୬୨ ଛାତ୍ରୀଛାତ୍ର ରହିଛନ୍ତି। ଏମାନଙ୍କ ମଧ୍ୟରୁ ୩୩୦ ଆଦିବାସୀ ବର୍ଗର। ୫-ଟି ରୂପାନ୍ତରିତ ବ୍ୟବସ୍ଥାରେ ୩୮ଲକ୍ଷ ଟଙ୍କା ବ୍ୟୟ କରାଯାଇ ବିଦ୍ୟାଳୟର ଥିବା ତିନି ଛାତଘରକୁ ଇ-ଲାଇବ୍ରେରି, ବିଜ୍ଞାନାଗାର, କମ୍ପ୍ୟୁଟର କକ୍ଷ ଓ ସ୍ମାର୍ଟ ଶ୍ରେଣୀଗୃହରେ ପରିଣତ କରାଯାଇଛି। କାନ୍ଥବାଡ଼ ଚିତ୍ରଣ କରାଯାଇ ଆକର୍ଷଣୀୟ କରାଯାଇଛି। ମାତ୍ର ୪୭୫ ଛାତ୍ରୀଛାତ୍ରଙ୍କୁ ଯେଉଁ ୫ଟି ଶ୍ରେଣୀଗୃହରେ ଶିକ୍ଷାଦାନ କରାଯାଉଛି ସେଗୁଡିକର କୌଣସି ଉନ୍ନତି କରାଯାଇନାହିଁ। ତୁରନ୍ତ ଖରାଛୁଟି ଶେଷ ହେବା ପୂର୍ବରୁ ପ୍ରଥମେ ଉକ୍ତ ପୁରୁଣା ଶ୍ରେଣୀଗୃହଗୁଡିକର ମରାମତି କରିବା ସହ ନୂତନ ବହୁତଳ ବିଶିଷ୍ଟ ଶ୍ରେଣୀଗୃହ ନିର୍ମାଣ କରିବାକୁ ଉଭୟ ସଭାପତି ଦାବି କରିଛନ୍ତି। ଏଥିପ୍ରତି ଶିକ୍ଷା ବିଭାଗ ଦୃଷ୍ଟିଦେବାକୁ ବିଦ୍ୟାଳୟ ପ୍ରତିଷ୍ଠାତା ଶେଖ୍‌ ଗଫୁର ଓ ଅଭିରାମ ଜେନା ମଧ୍ୟ ଦାବି କରିଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଗଦିଶ ଚନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ, ଶ୍ରେଣୀଗୃହଗୁଡ଼ିକର ବିପଦସଙ୍କୁଳ ଅବସ୍ଥା ସମ୍ପର୍କରେ ବ୍ଲକରୁ ଜିଲାସ୍ତର ପର୍ଯ୍ୟନ୍ତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ବିଡିଓ ସୁଜିତ ମିଶ୍ରଙ୍କୁ ପଚାରିବାରୁ ସେ କହିଲେ, କିଛିଦିନ ତଳେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଗୌରବ ଶିବାଜୀ ଇସାଲୱାରଙ୍କ ସହ ସମ୍ପୃକ୍ତ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ଶ୍ରେଣୀଗୃହଗୁଡ଼ିକର ସ୍ଥିତି ପରଖିଥିଲୁ। ଜିଲାସ୍ତରରୁ ମରାମତି କିମ୍ବା ନୂତନ ନିର୍ମାଣ ନେଇ ନିର୍ଦ୍ଦେଶ ଆସିନାହିଁ। ପାଣ୍ଠି ମଞ୍ଜୁର ଓ ଅଟକଳ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ମିଳିଲେ କାର୍ଯ୍ୟକାରୀ କରାଯିବ ବୋଲ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଡିଓଙ୍କୁ ନାଲିଆଖି ଦେଖାଇଲେ ଭାଜପା ନେତା, କହିଲେ ଏକାବେଳେ କରିଦେବେ…

ଜୟପୁର,୧୮ା୯(ପବନ ପାଣିଗ୍ରାହୀ):କୋରାପୁଟ ଜିଲା ଜୟପୁର ବିଡିଓଙ୍କୁ ଧମକଚମକ ଦିଆଯିବା ନେଇ ଥାନାରେ ଏତଲା ଦିଆଯାଇଛି। ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜୟପୁର ବିଡିଓ...

ଯାହା ପଢ଼ିବାକୁ ଦେବୁ ତାହା ନ ପଢ଼ିିଲେ ବିଧାୟକଙ୍କ ହାତଧରି ମଞ୍ଚରୁ ଓହ୍ଲାଇ ଦେବୁ: କାହିଁକି ଏମିତି କହିଲେ…

ମଙ୍ଗଳବାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ କୋରାପୁଟ ଜିଲା ଜୟପୁର ସହରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଭାଷଣକୁ ନେଇ ଭାଜପାର ପୂର୍ବତନ ବିଧାୟକ...

‘କର୍ନାଟକ ମଡେଲ୍‌ ଆପଣାନ୍ତୁ ଓଡ଼ିଶା ସରକାର’

କୋରାପୁଟ,୧୮ା୯(ଅମିତାଭ ବେହେରା): ସୁଭଦ୍ରା ଯୋଜନା ମଙ୍ଗଳବାର ଶୁଭାରମ୍ଭ ହୋଇଛି। ହିତାଧିକାରୀଙ୍କ ପାଖକୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି । ଏହି ଯୋଜନାରେ ମହିଳାମାନେ କେତେ...

ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ...

ଗାଁକୁ ନାହିଁ ରାସ୍ତା, ଭାରରେ ବୁହାହେଲେ ଗର୍ଭବତୀ

ପଟ୍ଟାଙ୍ଗି,୧୬।୯(ଶରତ ଧଳ):ଗାଁକୁ ନାହିଁ ରାସ୍ତା ଭାରରେ ବୁହାହେଲେ ଗର୍ଭବତୀ ମହିଳା। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତରେ ଏହିପରି ଅଭାବନୀୟ ଦୃଶ୍ୟ ଦେଖିବାକୁ...

ଖୋଲିଲା କୋରାପୁଟ କୋଲାବ ଡ୍ୟାମର ଗୋଟିଏ ଗେଟ

କୋରାପୁଟ,୧୪।୯(ଅମିତାଭ ବେହେରା ): ଶନିବାର ଅପରାହ୍ନ ୩ ଘଟିକାରେ କୋରାପୁଟ କୋଲାବ ଡ୍ୟାମର ଗୋଟିଏ ଗେଟ ଖୋଲାଯାଇଛି। ପ୍ରତି ସେକେଣ୍ଡରେ ୩୫୦୦ ଘନ ମିଟର ଜଳ...

ଆଜି କୋରାପୁଟରେ ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ

ଭୁବନେଶ୍ୱର,୧୦।୯: ଲଗାଣ ବର୍ଷା ଯୋଗୁ ଆଜି କୋରାପୁଟ ଜିଲାର ସମସ୍ତ ସ୍କୁଲ ଛୁଟି। ଆଇଏମ୍‌ଡି ପକ୍ଷରୁ ରେଡ ୱାର୍ଣ୍ଣିଂ ଜାରି ପରେ ଜିଲାପାଳ ଛୁଟି ଘୋଷଣା...

ଓଡ଼ିଶାରେ ନିର୍ମାଣ ହେବ ଭାରତୀୟ ବାୟୁସେନା ବିମାନର ଇଞ୍ଜିନ୍

ନୂଆଦିଲ୍ଲୀ,୯।୯: ଏସ୍‌ୟୁ-୩୦ ଏମକେଆଇ ବିମାନ ଲାଗି ୨୪୦ ଏଏଲ୍-୩୧ ଏଫପି ଏରୋ ଇଞ୍ଜିନ୍ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ସହ ୨୬,୦୦୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri