ଭୁବନେଶ୍ୱର,୨୬।୪(ବ୍ୟୁରୋ): ବର୍ତ୍ତମାନ ଦେଶରେ ଦୈନିକ କରୋନା ସଂକ୍ରମଣର ୨ ହଜାର ଉପରେ ଥିବା ବେଳେ ରାଜ୍ୟରେ ମାତ୍ର ୮୦ଟି ସକ୍ରିୟ ମାମଲା ରହିଛି। ୧୫ଟି ଜିଲାରେ ଆକ୍ରାନ୍ତ ନ ଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।
ରାଜ୍ୟରେ ଟିକାକରଣ ଯଥେଷ୍ଟ ହୋଇଥିବାରୁ ଆମର ଏତେଟା ଆକ୍ରନ୍ତ ନାହାନ୍ତି। ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ନେଇ ଯାଆନ୍ତୁ । ପ୍ରିକଶନ ଡୋଜ୍ ମଧ୍ୟ ସେ କହିଛନ୍ତି। ଟିକା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ହୋଇଛି । ଏହାର ଭୟାବହତାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ। ଏହା ସତ୍ତ୍ୱେ ମଧ୍ୟ ମାସ୍କ, ପିନ୍ଧିବା ନିହାତି ଜରୁରୀ ବୋଲି ମିଶ୍ର କହିଛନ୍ତି ।