ସମୟ ଖରାପ ପଡ଼ିଲେ କେହି ପାଖ ମାଡ଼ନ୍ତି ନାହିଁ, ସେ ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ପଛେ ହୁଅନ୍ତୁ ନା କାହିଁକି

ସମୟ ଯେତେବେଳେ ଖରାପ ପଡ଼େ, କେହି ପାଖ ମାଡ଼ନ୍ତି ନାହିଁ। ଏହା ପ୍ରକୃତିର ନିୟମ। ପ୍ରକୃତି ଆଗରେ ସମସ୍ତେ ସମାନ। ବିଶ୍ୱର ସବୁଠୁ ଶକ୍ତିଶାଳୀ ପଦରେ ଅଧିଷ୍ଠିତ ଥିବା ବ୍ୟକ୍ତି ହୁଅନ୍ତୁ ନା କହିଁକି। ପ୍ରକୃତିର ନିୟମ କାହା ପାଇଁ ବଦଳେ ନାହିଁ। ଆମେ ଏଠାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ କହୁଛୁ।

ହ୍ବାଇଟ୍‌ ହାଉସ ଛାଡ଼ିବାବେଳେ ବଡ଼ ଧରଣର ବିଦାୟୀ ସମାରୋହରେ ଚାହୁଁଥିଲେ ଟ୍ରମ୍ପ। କ୍ୟାପିଟୋଲ ଆକ୍ରମଣ ଘଟଣା ଯୋଗୁ ସେଭଳି କିଛି ହେଲା ନାହିଁ। ଏପରି କି ତାଙ୍କ କାର୍ଯ୍ୟକାଳରେ ଯାହାକୁ ଉପ ରାଷ୍ଟ୍ରପତି ବାଛିଲେ ମାଇକ ପେନ୍ସ ମଧ୍ୟ ଟ୍ରମ୍ପଙ୍କ ବିଦାୟୀ ଉତ୍ସବରେ ସାମିଲ ହୋଇ ନ ଥିଲେ। ଜୋ ବାଇଡେନଙ୍କ ଶପଥ ପାଠ ସମାରୋହ ତଥା ଇନାଗୁରେଶନରେ ଯୋଗ ଦେଇଥିଲେ ପେନ୍ସ। ପ୍ରକୃତ ବନ୍ଧୁଙ୍କ ପରିଚୟ ସମୟ ଖରାପ ପଡ଼ିଲେ ହିଁ ମିଳେ। କେବଳ ଏତିକିରେ ଶେଷ ହୋଇ ନାହିଁ ଟ୍ରମ୍ପଙ୍କ ଦୁଃଖ। ଫ୍ଲୋରିଡାର ବିମାନ ବନ୍ଦରରେ ପହଞ୍ଚିବା ପରେ ଫଟୋ ପାଇଁ ଛିଡ଼ା ହୋଇଥିଲେ ପୂର୍ବତନ ରାଷ୍ଟ୍ରପତି। ତାଙ୍କ ପାଇଁ ଅପେକ୍ଷା କରି ନ ଥିଲେ ସାଥିରେ ଥିବା ସ୍ତ୍ରୀ ମେଲାନିଆ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହେଲେ ଟ୍ରମ୍ପଙ୍କ ସହ ଘଟିଥିବା ଏହି ଘଟଣାରୁ ଜାଣିପାରୁଥିବେ ଖରାପ ସମୟ ପଡ଼ିଲେ, କେହି ପାଖ ମାଡ଼ନ୍ତି ନାହିଁ।

Share