୧୫ ବର୍ଷ ପୂର୍ବେ କାହାକୁ ମୋ’ ପ୍ରତିଭା ଉପରେ ବିଶ୍ୱାସ ନ ଥିଲା: ଦୀପିକା

ମୁମ୍ବାଇ: ‘କାନ୍ସ’ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ଲାଗି ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଫ୍ରାନ୍ସରେ ପହଞ୍ଚିଛନ୍ତି। ସେ ଚଳିତ ବର୍ଷ ଏଥିରେ ଜୁରି ମଧ୍ୟ ଅଛନ୍ତି। ଏହି ଅବସରରେ ଅଭିନେତ୍ରୀଭାବେ ନିଜର ଯାତ୍ରାକୁ ସେ ମନେ ପକାଇଛନ୍ତି।

ଇଣ୍ଡିଆନ ପାଭିଲିଅନର ଉଦ୍‌ଘାଟନ ସମୟରେ ଦୀପିକା କହିଛନ୍ତି, କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତର ପ୍ରତିନିଧିତ୍ୱ କରିବି ବୋଲି କେବେ ଭାବି ନ ଥିଲି କିମ୍ବା ଆଶା କରି ନ ଥିଲି। ୧୫ ବର୍ଷ ପୂର୍ବେ ଯେବେ ଡେବ୍ୟୁ କରିଥିଲି ସେତେବେଳେ କେହି ମୋ ଉପରେ ଅଥବା ମୋର ପ୍ରତିଭା ଉପରେ ବିଶ୍ୱାସ କରି ନ ଥିଲେ। ହେଲେ ଏବେ ଜୁରି ଭାବେ ବିଶ୍ୱର ସବୁଠାରୁ ଭଲ ସିନେମାକୁ ଦେଖିବା ଏକ ସୁନ୍ଦର ଯାତ୍ରା। ଏଥିପାଇଁ ଭଗବାନଙ୍କୁ ଧନ୍ୟବାଦ ଦେବି।

ଏହାଛଡ଼ା ଦିନେ ଭାରତ କାନ୍ସରେ ନୁହେଁ ବରଂ ଭାରତରେ କାନ୍ସ ହେବ। କାରଣ ଦେଶ ହିସାବରେ ଆମେ ବହୁତ ଆଗକୁ ଆସିଛୁ। ଜଣେ ଭାରତୀୟ ଭାବେ ଦେଶର ପ୍ରତିନିଧିତ୍ୱ କରିବା ଗର୍ବର କଥା ବୋଲି ସେ କହିଛନ୍ତି।

Share