ଉହାନ୍‌ ଲ୍ୟାବ୍‌ରେ ଏପର୍ଯ୍ୟନ୍ତ କେହି କରୋନାରେ ଆକ୍ରାନ୍ତ ହୋଇ ନାହାନ୍ତି, ଆମେରିକା କହୁଛି ମିଛ: ଚାଇନା…

ବେଜିଂ,୨୫।୫: କରୋନା ମହାମାରୀ ଭୂତାଣୁ ସଂକ୍ରମଣ ପ୍ରଥମେ ଚାଇନାର ଉହାନରେ ଦେଖାଦେଇଥିଲା। ଉହାନ୍‌ ଲ୍ୟାବ୍‌ରୁ ଏହା ଅସାବଧାନତାରୁ ବାହାରକୁ ଆସିଥିବାର ସନ୍ଦେହ ଏବେ ସତ୍ୟରେ ପରିଣତ ହେବାକୁ ଯାଉଛି। ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନ ବ୍ୟାପିବା ପୂର୍ବରୁ ଉହାନ୍‌ ଲ୍ୟାବ୍‌ରେ କେତେକ ଗବେଷକ ଏଥିରେ ଆକ୍ରାନ୍ତ ହୋଇଥିବା ସମ୍ପର୍କରେ ଆମେରିକା ଖବର କାଗଜ ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏହାକୁ ବିରୋଧ କରି ଚାଇନା କହିଛି ଯେ, ବତ୍ତର୍ମାନେ ସୁଦ୍ଧା ଉହାନ ଲ୍ୟାବ୍‌ରେ କେହି କରୋନାରେ ଆକ୍ରାନ୍ତ ହୋଇ ନାହାନ୍ତି। ଆମେରିକା ମିଛ କହୁଛି। ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶିତ ରିପୋର୍ଟ ମନଗଢ଼ା ବୋଲି ଚାଇନାର ବହିର୍ବ୍ୟାପାର ପ୍ରବକ୍ତା ଚାଓ ଲିଜିୟାନ୍‌ ପ୍ରକାଶ କରିଛନ୍ତି। ଆମେରିକା ପକ୍ଷରୁ ଏହି ରିପୋର୍ଟର ପ୍ରଚାର କରାଯିବା ପଛରେ ଅସଲ ଉଦ୍ଦେଶ୍ୟ ମନ୍ଦ ରହିଛି ବୋଲି ଚାଇନା ଅଭିଯୋଗ କରିଛି।

Share