Categories: ଜାତୀୟ

ମୋ ପରିବାରର କେହି ପ୍ରତିଦ୍ୱନ୍ଦ୍ୱିତା କରୁନାହାନ୍ତି: ବ୍ରିଜ ଭୂଷଣ

ନୂଆଦିଲ୍ଲୀ, ୧ା୮ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ସଭାପତି ବ୍ରିଜଭୂଷଣ ଶରଣ ସିଂ ଆଗାମୀ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନରେ ତାଙ୍କ ପରିବାରର କେହି ପ୍ରତିଦ୍ୱନ୍ଦ୍ୱିତା କରୁ ନାହାନ୍ତି, କିନ୍ତୁ ତାଙ୍କ ଗ୍ରୁପ୍‌କୁ ୨୫ ରାଜ୍ୟ ଆସୋସିଏଶନରୁ ୨୨ଙ୍କ ସମର୍ଥନ ରହିଛି। ମହାସଂଘର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଅଗଷ୍ଟ ୧୨ରେ ହେବ। ସୋମବାର ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ପ୍ରାର୍ଥତ୍ପତ୍ର ଦାଖଲର ଅନ୍ତିମ ଦିବସରେ ବ୍ରିଜ ଭୂଷଣ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) କାର୍ଯ୍ୟାଳୟ ପରିଦର୍ଶନରେ ଯାଇଥିଲେ। ପ୍ରଥମେ ନିର୍ବାଚନ ହେଉ ଏବଂ ତା’ପରେ ଯିଏ ଜିତିବ ସେ ନିଜ କାମ କରିବ ବୋଲି ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି। ସୂଚନାଯୋଗ୍ୟ, ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଓ ଏସିଆନ ଗେମ୍ସ ସ୍ବର୍ଣ୍ଣପଦକ ବିଜେତା ଭିନେଶ ଫୋଗଟଙ୍କ ସମେତ ଦେଶର ୬ ଆଗଧାଡ଼ିର କୁସ୍ତିଯୋଦ୍ଧା ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଯନ୍ତରମନ୍ତରରେ ଧାରଣାରେ ବସିଥିଲେ।

Share