Advertisement

”ଇଣ୍ଡିଆ’ ମେଣ୍ଟର ସଂଯୋଜକ ହେବା ଲାଗି ନୀତୀଶଙ୍କଠାରୁ ଯୋଗ୍ୟ ନେତା ଆଉ କେହି ନାହାନ୍ତି’

ନୂଆଦିଲ୍ଲୀ,୨।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ଆର୍‌ଜେଡି ନେତା ତଥା ରାଜ୍ୟ ସଭା ଏମ୍‌ପି ମନୋଜ ଝା ବଡ଼ ବୟାନ ଦେଇଛନ୍ତି। ବିରୋଧୀଙ୍କ ମେଣ୍ଟ ‘ଇଣ୍ଡିଆ’ର ସଂଯୋଜକ ହେବା ଲାଗି ନୀତୀଶଙ୍କ ବ୍ୟତିତ ଆଉ କେହି ଯୋଗ୍ୟର ନେତା ନାହାନ୍ତି ବୋଲି ସେ କହିଛନ୍ତି।

ଏମ୍‌ପି ମନୋଜ ଝା କହିଛନ୍ତି, ଆର୍‌ଜେଡି ପ୍ରଥମରୁ ହିଁ ଭାଜପା ବିରୋଧରେ ଲଢ଼ି ଆସୁଛି। ଭାଜପା ପ୍ରତ୍ୟକ୍ଷ ଭାବେ ରାଜନୈତିକସ୍ତରରେ ଦଳ ସହ ଲଢ଼ି ପାରିବ ନାହିଁ। ଏଣୁ ତଦନ୍ତକାରୀ ସଂସ୍ଥାର ସହାୟତା ନେଉଛି। ଏହା ଭାଜପା ନେତା ଅମିତ ଶାହାଙ୍କ ଗୋଟିଚାଳନା, ଚରିତ୍ର ଏବଂ ଚେହେରା। ତେବେ ନିର୍ବାଚନ ଯାଏ ଜେଡିୟୁର ନେତାମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରାଯାଉଛି। ଏଣୁ ତେଜସ୍ବୀ ଯାଦବଙ୍କୁ ଟାର୍ଗେଟ କରାଯାଉଥିବା ସେ କହିଛନ୍ତି।

ଏହାଛଡ଼ା ଏମ୍‌ପି ଝା ଦାବି କରିଛନ୍ତି ଯେ, ଭାଜପା ବିରୋଧୀ ନେତାମାନଙ୍କୁ ଉଠାଇ ନେବାର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ସେ ଏବଂ ତାଙ୍କ ଦଳ ଭାଜପା ସହ ଏହି ଲଢ଼େଇ ଲଢ଼ିବାକୁ ପ୍ରସ୍ତୁତ। ମୋଟାମୋଟି ଦେଖିବାକୁ ଗଲେ ଇଣ୍ଡିଆ ମେଣ୍ଟର ମଙ୍ଗ ଧରିବା ଲାଗି ନୀତୀଶ ହିଁ ଉପଯୁକ୍ତ ଚେହେରା ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: Politics