ରଖେ ହରି ମାରେ କିଏ; ମୃତ ମା’ କୋଳରୁ ଉଦ୍ଧାର ହେଲା ଶିଶୁ

ଗାଜା ସିଟି,୧୯।୫: କଥାରେ ଅଛି ରଖେ ହରି ମାରେ କିଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ସମ୍ପୂର୍ଣ୍ଣ ଧ୍ୱଂଶ ହୋଇଯାଇଥିବା ଗାଜାର ଏକ ହସ୍ପିଟାଲରେ। ଶନିବାର ରାତି ଇସ୍ରାଏଲ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକରେ ମହମ୍ମଦ ଅଲ-ହାଦିଦି ପତ୍ନୀ ଓ ୪ ପୁଅଙ୍କୁ ହରାଇଛନ୍ତି। କିନ୍ତୁ ବର୍ତ୍ତୀ ଯାଇଛି ୫ ମାସର ପୁଅ ଓମାର।

ଷ୍ଟ୍ରାଇକ ପରେ ମୃତ ମା’ର ହାତରୁ ଶିଶୁକୁ ଉଦ୍ଧାର କରିଥିଲା ଉଦ୍ଧାରକାରୀ ଦଳ। ୫ ମାସର ପୁଅର କୁନି ଗୋଡ଼ରେ ୩ ଯାଗାରେ ଫ୍ରାକଚର ହୋଇଛି।

ପୁଅକୁ ପାଇ ଦୁଃଖରେ ଜର୍ଜରିତ ୩୭ ବର୍ଷୀୟ ମହମ୍ମଦ କହିଛନ୍ତି, ” ତୋ ଛଡ଼ା ମୋର ଆଉ କେହି ନାହାନ୍ତି। ସେମାନେ ଭଗବାନଙ୍କ ନିକଟକୁ ଚାଲିଗଲେ। ଆମେ ମଧ୍ୟ ଏଠି ଅଧିକ ସମୟ ରହିବାକୁ ଚାହୁଁ ନାହିଁ। ସେମାନଙ୍କୁ ଆମେ ଶୀଘ୍ର ଭେଟିବା “। ଇସ୍ରାଏଲର ଆକ୍ରମଣରେ ତାଙ୍କ ପତ୍ନୀ ମହା ଆବୁ ହାତାବ (୩୬)ଙ୍କ ସମେତ ପୁଅ ସୁହାୟବ (୧୩), ୟାହୟା (୧୧), ଆବଡେରେହମାନ (୮) ଏବଂ ଓସାମା (୬)ଙ୍କ ମୃତ୍ୟୁ ଘଟିଛି।

Share