Categories: ଜାତୀୟ

ଛାଡପତ୍ର ମାମଲାରେ ଚିହିଁକି ଉଠିଲେ କୋର୍ଟ, କହିଦେଲେ ଏମିତି…

ଅହମ୍ମଦବାଦ,୨୮।୧୧: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଛୋଟ ଛୋଟ ଝଗଡା ଯଦି ଆଇନ ଅନୁସାରେ କ୍ରୁରତା ରୂପ ଧାରଣ କରାଯାଏ ବୋଲି ମାନି ନିଆଯାଏ ତେବେ ସବୁ ବିବାହ ଭାଙ୍ଗି ଯିବା ସହ ସମସ୍ତେ ପରସ୍ପରକୁ ଛାଡପତ୍ର ଦେବେ। ଆହ୍ଲାବାଦ ହାଇକୋର୍ଟ ଏକ ଯାଚିକାର ଶୁଣାଣି ସମୟରେ ନିଜର ଅସନ୍ତୋଷ ଝାଡିବା ସହ ଏପରି ରାୟ ପ୍ରଦାନ କରିଛନ୍ତି। ଜଷ୍ଟିସ ସୌମିତ୍ର ଦୟାଲ ସିଂହ ଓ ଜଷ୍ଟିସ ଶିବ ଶଙ୍କର ପ୍ରସାଦଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ମାମଲରେ ଅର୍ନ୍ତଭୁକ୍ତ ଦମ୍ପତିଙ୍କୁ ନ୍ୟାୟିକ ରୂପରେ ଅଲଗା ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଯାଚିକାରେ ସ୍ବାମୀ, ସ୍ତ୍ରୀଙ୍କ ଉପରେ କ୍ରୁରତାର ସହ ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି। ସେହିପରି ସ୍ତ୍ରୀ ଜଣକ ସ୍ବାମୀ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଛନ୍ତି।

Share