କେହି ନାହିଁ କିଛି ନାହିଁ

ପ୍ରାଚୀନଠାରୁ ବର୍ତ୍ତମାନ, ପୁରାଣଠାରୁ ବିଜ୍ଞାନ, ଗର୍ଭଠାରୁ ସ୍ବର୍ଗ, ପ୍ରତି ମଣିଷ ହିଁ ଏକାକୀ ବୋଲି ପ୍ରମାଣିତ। ଏଠି ଗୋଷ୍ଠୀ, କୁଟୁମ୍ବ, ଗ୍ରାମ ଏକ ମାଧ୍ୟମ। ମାୟାର ଆୟାମ। ସାମାଜିକ, ଅର୍ଥନୈତିକ ଚଳଣିକୁ ନେଇ ମଣିଷ ସବୁ କିଛି ପାଏ ବୋଲି ଉପଲବ୍ଧିକରେ। ସେହି ଆଶାକୁ ତା’ର ଉତ୍ତରପିଢିି ବଜାୟ ରଖନ୍ତି। ଚାରିପାଖରେ ଥିବା ପରିବେଶ, ଲୋକ, ଚାରିତ୍ର, ବ୍ୟବହାର, ସହଯୋଗ, ମଣିଷର ଏକାକିତ୍ୱକୁ ଅନୁଭବ କରିବାକୁ ଦିଏନା। ଏକ ସାମାଜିକ ପ୍ରାଣୀ ଭାବରେ ଏପରି ଅନୁଭବ କରିବା ଓ ଅଭିଜ୍ଞତା ରହିବା ସ୍ବାଭାବିକ। ତେବେ ଯେତେବେଳେ ଏକ ପରିସ୍ଥିତିରେ ମଣିଷ ଆଉ ଗୋଟିଏ ମଣିଷକୁ ନିଜର ଭାବିନିଏ ଓ ସେହି ମଣିଷ ଦ୍ୱୟ କୌଣସି କାରଣରୁ ପରସ୍ପରଠାରୁ ଦୂରେଇଯାଆନ୍ତି ସେତେବେଳେ ଏକାକୀପଣର ଅନୁଭବ ହୁଏ। ସେହି ଏକକୀପଣ ମଣିଷକୁ ଅସୁଖୀ ବା ଉଦାସ କରିପାରେ। ତେବେ ଏହା ଜରୁରୀ ନୁହେଁ ଯେ, ଜଣେ ଏକାକୀପଣରେ ନିଜକୁ ବଦଳାଇଦିଏ। କହିବାକୁ ଗଲେ ଏକାକୀପଣ ଏମିତି ଏକ ଅବସ୍ଥା ଯେତେବେଳେ କାହାରି ସହଯୋଗ, ସଙ୍ଗ ଖୋଜିଥାଉ କିନ୍ତୁ ମିଳି ନ ଥାଏ। ଆଉ ଏକାନ୍ତ ହେଉଛି ନିଜର ଅନ୍ତରାମତ୍ା ଉପରେ ଦୃଷ୍ଟି ନିକ୍ଷେପ କରିବା। ଏହାକୁ ବୁଝିବାକୁ ହେଲେ ବାସ୍ତବରେ କେଉଁ ଜିନିଷ ବା ଆବଶ୍ୟକତା ମଣିଷ ପାଇଁ ମୂଲ୍ୟବାନ୍‌ ତାହାର ମୂଲ୍ୟାଙ୍କନକରି ସେହି ଅନୁସାରେ ନିଜର ଦୈନିକ ଗତିବିଧିକୁ ବ୍ୟବସ୍ଥିତ କରିବା ଜରୁରୀ। ଏଣୁ ଶ୍ରୀମଦ୍‌ ଭାଗବଦ୍‌ ଗୀତାରେ କୁହାଯାଇଛି ଯେ, ଏକାନ୍ତ ହେଉଛି ଜ୍ଞାନର ଏକ ବିଶେଷଣ। ଏକାନ୍ତ ଆମକୁ ସେହି ଜୀବନପାଠର ନିକଟତର ହେବାକୁ ଶିଖାଏ ଯାହା ଭିତରେ ଆମର ଦୈନନ୍ଦିନ ଅନୁଭବ ଲୁଚି ରହିଥାଏ। ଏହି ପାଠ ନିକଟରେ ଆମେ ସେତେବେଳେ ପହଞ୍ଚତ୍ପାରିବା, ଯେତେବେଳେ ଆମତ୍ନୁଭବ କରିବାକୁ ଚେଷ୍ଟା କରିବା। ଏହା କଲେ ନିଜକୁ ନିରନ୍ତର ପାରିପାଶ୍ୱିକ, ସାମାଜିକ ଯୋଗାଯୋଗ ଓ କଥାବାର୍ତ୍ତାରୁ ଛୁଟି ମିଳିବ।
ଅପରପକ୍ଷରେ ଅଭିଜ୍ଞତା କୁହେ ସୁଖ ବେଳେ ସାଥୀ ବେଶି, ଦୁଃଖ ବେଳେ କେହି ନାହିଁ କିଛି ନାହିଁ। ଦୁଃଖର ସହଭାଗୀ ଯେ ପ୍ରକୃତ ସାଥୀ ଏକଥା ସୁଖବେଳରେ ମଣିଷ ଭୁଲିଯାଇଥାଏ। ଦୁଃଖସୁଖର ସାଥୀକୁ ନେଇ ମଣିଷ ଭୌତିକ ଜୀବନରେ ସାମାଜିକ ପ୍ରାଣୀ ଭାବରେ ବଞ୍ଚିବାର ବାଟକୁ ବାଛିନିଏ ସତ, ବାସ୍ତବରେ ଦୁଃଖବେଳେ ସେହି ସାଥୀ, ସାଙ୍ଗରେ ରହିବ କି ନା ତା’ର ନିଶ୍ଚିତ ପୂର୍ବରୁ କରିବା କଷ୍ଟକର ବ୍ୟାପାର। ମଣିଷର ପରିବାର ହେଉଛି ତା’ର ଆପଣାର ସ୍ଥାନ ଏବଂ ସେଠାରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ତା’ର ଆମତ୍ୀୟ। ସମ୍ପ୍ରତି ମଣିଷ ଏକକ ପରିବାରକୁ ସୁବିଧାଜନକ କହି ଯାୈଥ ପରିବାରକୁ ଖଣ୍ଡବିଖଣ୍ଡ କରୁଛି। ପରିଣତ ବୟସରେ ବୃଦ୍ଧାବୃଦ୍ଧଙ୍କ ହାତ ଛାଡ଼ି ଦେଉଛନ୍ତି ଅଧିକାଂଶ ପୁଅଝିଅ କିମ୍ବା ପରିବେଶ ପରିସ୍ଥିତି ସହିତ ଖାପ ନ ଖୁଆଇ ଏକାକୀ ରହିବାକୁ ପସନ୍ଦ କରୁଛନ୍ତି। ପସନ୍ଦ ଅନୁସାରେ କାର୍ଯ୍ୟ କରୁଥିବା ମଣିଷ କେବେ ନିଜର ଦିବ୍ୟାଙ୍ଗ ଶିଶୁ, ଅବିବାହିତ ମାତୃତ୍ୱର ସନ୍ତକକୁ ପରିତ୍ୟକ୍ତ କରୁଛି ତ ଆଉ କେବେ ଜନ୍ମ ଦେଇଥିବା ନିଜର ବୃଦ୍ଧ ପିତାମାତାଙ୍କୁ। ଦେଖାଯାଏ ପାଖରେ ସର୍ବବିଧ ସୁବିଧା ଥାଇ ମଧ୍ୟ ପରମ୍ପରାର ବା ସେବା ଆବଶ୍ୟକତାର ସୁଯୋଗ ନେଇ ଛଳନାମତ୍କ ଭାବେ ତୀର୍ଥସ୍ଥାନରେ କିମ୍ବା ଡାକ୍ତରଖାନାରେ ଛାଡ଼ିଦେଇଆସନ୍ତି ଏମାନଙ୍କୁ। ତା’ଛଡ଼ା ସାଙ୍ଗସାଥୀ ନାଁରେ ଧୋକାର ଖବର ପୃଷ୍ଠାମଣ୍ଡନ କରୁଛି ଖବରକାଗଜ। ଏ ଘଟଣା ସବୁ ଗୋଷ୍ଠୀର ଅସ୍ଥିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସ୍ବାର୍ଥ ପାଇଁ ଲଢ଼େଇ କରିବାକୁ ଯାଇ ଏମିତିକା ପଥକୁ ଅନୁସରଣ କରୁଛି ମଣିଷ। ସ୍ବାମୀ ସ୍ତ୍ରୀ, ପିତାମାତା ସନ୍ତାନ ଆଦି ସ୍ବର୍ଗୀୟ ସମ୍ପର୍କକୁ ଭୁଲିଯାଉଛି। ଭୁଲିଯାଉଛି ସହଯୋଗକୁ, ଉପକାରକୁ, ବନ୍ଧୁତ୍ୱକୁ ଓ ବସୁଧୈବ କୁଟୁମ୍ବକମ୍‌ର ପରିଭାଷାକୁ। ରକ୍ତଗତ ସମ୍ପର୍କକୁ ପରିତ୍ୟକ୍ତ କରୁଥିବା ବ୍ୟକ୍ତି କେବେ କାହାର ହୋଇପାରେନା। ସେ ବିପରୀତ ପରିସ୍ଥିତିରେ ଆଗରୁ ଏକାକୀ ଥିଲା ଆଉ ଆଜିବି ଏକାକୀ। କିଛି ନାହିଁ କେହି ନାହିଁ।
ମାଉସୀ ଜଣକ ସେଦିନ ମିଡିଆବାଲାଙ୍କ ପ୍ରଶ୍ନର ଉତ୍ତର ଦେଉଦେଉ କହିିପକାଇଲେ, ଆମ ପାଇଁ କେହି ନାହିଁ କିଛି ନାହିଁ। ତା’ପରେ ମାଉସୀଙ୍କ ଏହି ଖଣ୍ଡ ବାକ୍ୟ ହେଲା ଭାଇରାଲ। ବିଜୁଳିବେଗରେ ସାମାଜିକ ଗଣମାଧ୍ୟମରେ ଘୂରିବୁଲିଲା ରାପ୍‌ ସଙ୍ଗୀତର ରୂପ ନେଇ। ଏହି ଅଭିମାନ ଆପ୍ତବାକ୍ୟର ସାରମର୍ମକୁ କିଛି ଲୋକ ବୁଝନ୍ତୁ ବା ନ ବୁଝନ୍ତୁ ଏବେ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। ଆଉ କେହି କେହି ସେହି ଭାଇରାଲ ହେଉଥିବା ଭିଡିଓଟିର ମଜା ନେଉଛନ୍ତି ଓ ତାହାକୁ ବିଭିନ୍ନ ଢଙ୍ଗରେ ପରିବେଷଣ କରୁଛନ୍ତି। ବାସ୍ତବରେ ମାଉସୀ କହିଥିବା ଏହି ପଦକ କଥାରେ ଜୀବନ ଦର୍ଶନ ଭରି ହୋଇରହିଛି। ବିଭିନ୍ନ ପ୍ରଲୋଭନ, ଆଶା ଦେଇ ବାନ୍ଧି ରଖୁଥିବା ମଣିଷ ସମ୍ପର୍କର ଭାଷା ବୁଝେନା। ସଭିଁଏ ଜାଣନ୍ତି ଏହି ପ୍ରକ୍ରିୟା ସାମୟିକ। ସେହି ସାମୟିକ ଫାଇଦା ହିଁ ତା’ ପାଇଁ ସମ୍ପର୍କର ମୂଲ୍ୟବୋଧ। ସେମାନେ ସ୍ବାର୍ଥ ପାଇଁ ଅଭିନୟ କରନ୍ତି। ଏଣୁ ଏ ମାନସିକତାସମ୍ପନ୍ନ ଲୋକଙ୍କର କେହି ନିଜର ନୁହନ୍ତି। ତାଙ୍କ ପାଇ କୌଣସି ଜିନିଷର କିଛି ମୂଲ୍ୟ ନାହିଁ। ଏପରି ସମ୍ପର୍କ ସହ ଜଡ଼ିତ ବ୍ୟକ୍ତି ଶେଷରେ କହିଥାଏ, ମୁଁ କାହାରି ନୁହେଁ କି ମୋର କେହି ନାହାନ୍ତି। ମନେପଡ଼େ ମଧୁସୂଦନ ରାଓଙ୍କ କାବ୍ୟୋକ୍ତି ‘କେହି ରହିନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ’। ବାସ୍ତବ ଜୀବନର ଏ ହେଉଛି ସମ୍ପର୍କ ମାୟାଜାଲ। ଏ ମାୟାଜାଲରେ ଛନ୍ଦିହୋଇଥିବା ପ୍ରତ୍ୟେକ ମଣିଷ ଜଣେ ଜଣେ ଅଭିନେତା। ତା’ ଭିତରେ ପୁଣି ଛଳନା ହେଉଛି ହାସ୍ୟାସ୍ପଦ। କ୍ଷମତା, ଶକ୍ତି, ପ୍ରତିପତି ସାମୟିକ। କାଳର ଗତିରେ କବଳିତ ମଣିଷ କାଳକୁ ନିୟନ୍ତ୍ରଣ କରିବା ଏକ ବୃଥା ପ୍ରୟାସ। ଏଣୁ ଯଥାର୍ଥରେ କୁହାଯାଇଛି ‘ଇଚ୍ଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ ସମସ୍ତଙ୍କ ଭାଗ୍ୟ ଡୋରି, ନିଜ ଭାଗ୍ୟ ଡୋରି କାଳ ହସ୍ତେ ବନ୍ଧା ପକାନ୍ତି ହେଲେ ପାସୋରି’। କାଳର ଗତିରେ ପ୍ରତ୍ୟେକ ମଣିଷ ସାମାଜିକ ସନ୍ତୁଳନ, ଆତ୍ମିକ ଅନୁଶୀଳନ କରିବା ଜରୁରୀ। ସ୍ଥିର ଚିତ୍ତରେ ଅନ୍ତରର ଶତ୍ରୁ ସହ ଲଢ଼ିଲେ ନିଜ ଉପରେ ନିୟନ୍ତ୍ରଣ ପ୍ରାପ୍ତି ହେବ ଓ ଦିବ୍ୟ ଅନୁଭୂତି ପ୍ରାପ୍ତହେବ। ଅଭିମାନ ଛାଡ଼ି ସ୍ବାଭିମାନକୁ ଆପଣାଇଲେ ମଣିଷ ବୁଝିପାରିବ ବାସ୍ତବରେ ‘କେହି ନାହିଁ କିଛି ନାହିଁ ’ର ସାରମର୍ମକୁ।

  • ଶୁଭନାରାୟଣ ଶତପଥୀ
    ବିଜିପୁର, ବ୍ରହ୍ମଗିରି, ପୁରୀ
    ମୋ-୯୪୩୮୪୩୨୦୨୩

Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri