Categories: ଜାତୀୟ

ନୂଆ କୃଷି ଆଇନରେ କ’ଣ ତ୍ରୁଟି ରହିଛି, ତାହା କହିବାକୁ କେହି ପ୍ରସ୍ତୁତ ନୁହନ୍ତି : କୃଷିମନ୍ତ୍ରୀ

ନୂଆଦିଲ୍ଲୀ, ୫ା୨- “ ନୂଆ କୃଷି ଆଇନରେ କ’ଣ ତ୍ରୁଟି ରହିଛି ? ଏହି ପ୍ରଶ୍ନ ବାରମ୍ବାର ପଚାରିଛି। ହେଲେ କେହି ଏହାର ଉତ୍ତର ଦେଉ ନାହାନ୍ତି ” ବୋଲି ରାଜ୍ୟ ସଭାରେ ଶୁକ୍ରବାର ଏହା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର।

ଚାଷୀମାନେ ନୂଆ ଆଇନକୁ ‘ବ୍ଲାକ’ ବୋଲି କହୁଛନ୍ତି। ମୁଁ ପ୍ରତ୍ୟେକ ଥର ବୈଠକରେ ଚାଷୀଙ୍କୁ ଆଇନରେ କ’ଣ ବ୍ଲାକ ରହିଛି ପ୍ରଶ୍ନ କରିଛି। ହେଲେ କାହାଠାରୁ ଉତ୍ତର ମିଳୁନାହିଁ। ତ୍ରୁଟି ସମ୍ପର୍କରେ ଆମେ ଜାଣିଲେ ହିଁ ସମସ୍ୟାର ସମାଧାନ କରିପାରିବୁ। ଯଦି ଆଇନ ବିରୋଧରେ ଆନ୍ଦୋଳନ କରୁଛ, ତେବେ ଏହା ଉପରେ ଆଲୋଚନା ଜାରି ରହିବା ଉଚିତ। ଦୁର୍ଭାଗ୍ୟବଶତଃ ସେଭଳି କିଛି ହେଉ ନାହିଁ । ଆନ୍ଦୋଳନରତ ଚାଷୀଙ୍କ ସହ ସରକାର ଖୋଲା ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ତୋମାର।

Share