Categories: ଜାତୀୟ

ଶୀତ ରାତିରେ ଖୋଲା ଆକାଶ ତଳେ କେହି ଶୋଇବେ ନାହିଁ : ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ…

ଲକ୍ଷ୍ନୌ,୧୬।୧୨ : ଶୀତ ରାତିରେ ଖୋଲା ଆକାଶ ତଳେ କେହି ଯେପରି ଶୋଇବେ ନାହିଁ , ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା କଡରେ ଖୋଲା ସ୍ଥାନରେ ଶୋଇଥିବା ବ୍ୟକ୍ତିଙ୍କୁ ରାତ୍ରି ଆଶ୍ରୟସ୍ଥଳକୁ ନେବା ଉପେୀ ସେ ଗୁରୁତ୍ୱାରୋପ କରିଛନ୍ତି। ରାତ୍ରି ଆଶ୍ରୟସ୍ଥଳୀରେ ରହିବା ପାଇଁ ଯେପରି ଉତ୍ତମ ବ୍ୟବସ୍ଥା ହେବ ସେ ନେଇ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି। ସମସ୍ତ ରାତ୍ରି ଆଶ୍ରୟସ୍ଥଳୀରେ ପର୍ଯ୍ୟାପ୍ତ ସଂଖ୍ୟକ ଶଯ୍ୟା ଏବଂ କମ୍ବଳ ବ୍ୟବସ୍ଥା କରାଯିବା ଆବଶ୍ୟକ। ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ପୂର୍ଣ୍ଣ ଯତ୍ନ ନେବା ଜରୁରୀ। ଯଦି କେହି ଭୋକିଲା ଅଛନ୍ତି, ତେବେ ତାଙ୍କୁ ଖାଦ୍ୟ ଯୋଗାଇ ଦିଆଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଶନିବାର ପୂର୍ବାହ୍ନରେ ଗୋରଖନାଥ ମନ୍ଦିରର ଅଧିକାରୀଙ୍କ ସହ ଶୀତ ଋତୁରେ ଖିଚି ଡି ମେଳା ପାଇଁ ଅତ୍ୟାବଶ୍ୟକ ନାଗରିକ ସୁବିଧା ତଥା ପ୍ରସ୍ତୁତିର ସିଏମ ଯୋଗୀ ସମୀକ୍ଷା କରୁଥିଲେ। ସେ କହିଛନ୍ତି ରାତିରେ ପୋଲିସ ପାଟ୍ରୋଲିଂ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପାଟ୍ରୋଲିଂ ସମୟରେ ଯଦି କୌଣସି ବ୍ୟକ୍ତି ଖୋଲା ସ୍ଥାନରେ ଶୋଇଥିବାର ଦେଖାଯାଏ, ତେବେ ପୋଲିସ କର୍ମଚାରୀମାନେ ସମ୍ମାନର ସହ ତାଙ୍କୁ ନିକଟସ୍ଥ ରାତ୍ରି ଆଶ୍ରୟସ୍ଥଳକୁ ନେବା ଉଚିତ। କୌଣସି ଦରିଦ୍ର କିମ୍ବା ଅଭାବୀ ବ୍ୟକ୍ତି ରାସ୍ତାରେ ଥରୁଥିବାର ଦେଖାଯିବା ଉଚିତ ନୁହେଁ। ସେମାନଙ୍କ ରହିବା ପାଇଁ ସମ୍ମାନଜନକ ବ୍ୟବସ୍ଥା କରାଯିବା ଜରୁରୀ।

 

Share