ପୌର ନିର୍ବାଚନ: ପ୍ରଥମ ଦିନରେ କେହି ଦାଖଲ କଲେନି ନାମାଙ୍କନପତ୍ର

ଗଞ୍ଜାମ,୨ା୩(ଡି.ଏନ୍‌.ଏ.): ଆସନ୍ତା ୨୪ରେ ହେବ ପୌର ନିର୍ବାଚନ। ଏଥିପାଇଁ ୨ରୁ ୭ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ବୁଧବାର ହେଉଛି ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନ l ଖବର ଶେଷ ସୁଦ୍ଧା କେହି ଜଣେ ବି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରି ନ ଥିବା ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଏନ୍‌ଏସି ବରିଷ୍ଠ କିରାଣି ଲକ୍ଷ୍ମୀଚରଣ ପାଢ଼ୀ ସୂଚନା ଦେଇଛନ୍ତି। କେବଳ ତିନୋଟି ପ୍ରାର୍ଥିପତ୍ର ଫର୍ମ ଦିଆଯାଇଥିବା ଜଣାପଡ଼ିଛି। ଏହି ଏନ୍‌ଏସିରେ ପୌର ନିର୍ବାଚନ ପାଇଁ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ରହିଛନ୍ତି।

Share