Categories: ଜାତୀୟ

ପଦ୍ମଭୂଷଣ ସମ୍ମାନ ନେବାକୁ ମନା କଲେ ବୁଦ୍ଧଦେବ

କୋଲକତା,୨୬।୧: ସାଧାରଣତନ୍ତ୍ର ଦିବସ ଅବସରରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ କେନ୍ଦ୍ର ସରକାର ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ଏହାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ପଦ୍ମ ଭୂଷଣ ପୁରସ୍କାର ବିଷୟରେ ମୁଁ କିଛି ଜାଣେ ନାହିଁ ଏବଂ ମୋତେ ଏ ବିଷୟରେ କେହି କହି ନାହାଁନ୍ତି। ଯଦି ମୋତେ ପଦ୍ମ ଭୂଷଣ ପୁରସ୍କୃତ କରାଯାଇଛି, ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରୁଛି। ଏ ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ ବୁଦ୍ଧଦେବ ଭଟ୍ଟାଚାର୍ଜୀଙ୍କ ସହ ଯୋଗାଯୋଗ କରାଯାଇଛି। କିନ୍ତୁ ସେ ଅସୁସ୍ଥ ଥିଲେ ଏବଂ ପଦ୍ମ ଭୂଷଣ ବିଷୟରେ ତାଙ୍କ ସ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ସିପିଏମ ନେତା ସୀତାରାମ ୟେଚୁରୀ ମଧ୍ୟ ଟୁଇଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ୍‌ କରି କହିଛନ୍ତି, ସେ ଏହା ଠିକ କରିଛନ୍ତି, ସେ ଆଜାଦ ହେବାକୁ ଚାହୁଁଛନ୍ତି, ଗୁଲାମ ନୁହେଁ।
ବୁଦ୍ଧଦେବ ଭଟ୍ଟାଚାର୍ଜୀ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆର ପଲିଟିବ୍ୟୁରୋର ପୂର୍ବତନ ସଦସ୍ୟ ତଥା ୨୦୦୨ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ।


ସୂଚନାଯୋଗ୍ୟ ଯେ, ସାଧାରଣତନ୍ତ୍ର ଦିବସରେ ଭାରତ ସରକାର ବିଭିନ୍ନ କ୍ଷେତ୍ରରେ ଦେଶ ପାଇଁ ଗର୍ବ ଆଣିଥିବା ଲୋକଙ୍କୁ ସମ୍ମାନିତ କରନ୍ତି ।ଏଥିମଧ୍ୟରେ ପଦ୍ମଶ୍ରୀ, ପଦ୍ମ ଭୂଷଣ ଏବଂ ପଦ୍ମଭୂଷଣ ଅନ୍ତର୍ଭୁକ୍ତ।

Share