ଅନ୍ୟ ଜାତିରେ ବିବାହ କରିଥିବାରୁ କେହି ଛୁଇଁଲେନି, ୧୨ ଘଣ୍ଟା ପଡ଼ିରହିଲା ମୃତଦେହ

ଅମରପାଲି,୨୮ା୯(ପୀତାମ୍ବର ସାହୁ): ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ମୃତ୍ୟୁ ପରେ କେହି ବି ଛୁଇଁଲେନି ମୃତଦେହ। ନୀରବଦ୍ରଷ୍ଟା ସାଜିଲେ ଜ୍ଞାତିକୁଟୁମ୍ବ ବନ୍ଧୁ ବାନ୍ଧବ ଓ ଗ୍ରାମବାସୀ। ଶେଷରେ ସାମାଜିକ ସଙ୍ଗଠନର ସ୍ବେଚ୍ଛାସେବୀମାନେ ଆସି ମୃତଦେହ ଅନ୍ତିମ ସଂସ୍କାର କରିଛନ୍ତି। ଏଭଳି ଏକ ଲଜ୍ଜିତ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଚିଙ୍ଗିରାନାଲି ଗ୍ରାମରେ। ଗ୍ରାମର ସୁମିତ୍ରା ପଧାନ (୮୫)ଙ୍କ ଗୁରୁବାର ସକାଳେ ମୃତ୍ୟୁ ଘଟିଥିଲା। ସେ ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି ପ୍ରଥା ଯୋଗୁ ତାଙ୍କୁ ଜାତି ସମାଜରୁ ବାସନ୍ଦ କରାଯାଇଥିଲା। ସେହି ଦିନଠାରୁ ସୁମିତ୍ରା ତାଙ୍କ ସ୍ବାମୀ ବେଦ ପଧାନଙ୍କ ସହିତ ଚିଙ୍ଗିରାନାଲିର ଗାଁ ମୁଣ୍ଡରେ ଘର କରି ରହିଥିଲେ।

ସୁମିତ୍ରା ମାହାର ଜାତିର ହୋଇଥିବା ବେଳେ ତାଙ୍କ ସାମୀ ତମଲା ଜାତିର ହୋଇଥିବାରୁ ଦମ୍ପତିଙ୍କୁ ଜାତି ସମାଜରୁ ଅଲଗା କରାଯାଇଥିଲା। ଗତ ମାର୍ଚ୍ଚ ୨୭ ତାରିଖରେ ସୁମିତ୍ରାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ମଧ୍ୟ ଜାତି ସମାଜର କଟକଣା ଯୋଗୁ କେହି ମୃତଦେହକୁ ଛୁଇଁ ନ ଥିଲେ। ଘରେ ପ୍ରାୟ ୧୦ ଘଣ୍ଟା ମୃତଦେହ ପଡ଼ି ରହିବା ପରେ ଏକ ବିନିକାର ଏଚ୍‌ଟୁଓ ସାମାଜିକ ସଙ୍ଗଠନର ସଦସ୍ୟମାନେ ଅନ୍ତିମ ସଂସ୍କାର କରିଥିଲେ। ସେହି ଦିନଠାରୁ ସୁମିତ୍ରା ଏକୁଟିଆ ଘରେ ରହୁଥିଲେ। ମାସିକ ଭତ୍ତା ଓ ପାଞ୍ଚ କେଜି ଚାଉଳ ବ୍ୟତୀତ ଆଉ କୌଣସି ସହାୟତା ପାଉ ନ ଥିଲେ। ଏଣୁ ଅନେକ ସମୟରେ ସେ ଭୋକ ଉପାସରେ ରହୁଥିଲେ। ଗାଁ ର ଲୋକେ କେବେ କେମିତି କିଛି ଖାଇବାକୁ ଦେଉଥିଲେ। ତେବେ ଗୁରୁବାର ସୁମିତ୍ରାଙ୍କ ମୃତ୍ୟୁ ପରେ ଜାତି ସମାଜର କୁସଂସ୍କାର ଯୋଗୁ କେହି ବି ମୃତଦେହ ଛୁଇଁଲେ ନାହିଁ। ଫଳରେ ଦୀର୍ଘ ୧୨ ଘଣ୍ଟା ଧରି ମୃତଦେହ ଘରେ ପଡ଼ି ରହିଥିଲା। ଅନ୍ତିମ ସଂସ୍କାର ପାଇଁ ନା ଆସିଲା ପ୍ରଶାସନ ନା କୌଣସି ଜନପ୍ରତିନିଧି। ଶେଷରେ ଖବର ପାଇ ରାତିରେ ସୋନପୁରର ବୁଢ଼ାରଜା ସାମାଜିକ ସଂଗଠନ ଓ ଖଣ୍ଡହତାର ସିୟା ସ୍ବେଚ୍ଛାସେବୀ ସଂଗଠନର ସଭ୍ୟମାନେ ଆସି ମୃତଦେହ ନେଇ ସୋନପୁରସ୍ଥିତ ମହାନଦୀ କୂଳରେ ରାମେଶ୍ବର ଘାଟରେ ରୀତିନୀତି ମତେ ଅନ୍ତିମ ସଂସ୍କାର କରିଛନ୍ତି। ବୁଢ଼ାରଜା ସାମାଜିକ ସଂଗଠନର ସଭାପତି ଶିବ ଶଙ୍କର ନାଏକ ଏବଂ ସିୟା ସଂଗଠନର ସଭାପତି ଦିଲ୍ଲୀପ କୁମାର ପଧାନ, ସମ୍ପାଦକ ସୁଦାମ ଗାଈଗରିଆ, କାର୍ଯ୍ୟକାରୀ ସଭାପତି ସୁଶାନ୍ତ ଭୋଇ, ବରିଷ୍ଠ ସଭ୍ୟ ପ୍ରମୋଦ ପଣ୍ଡା ପ୍ରମୁଖ ମୃତଦେହକୁ ନେଇ ଅନ୍ତିମ ସଂସ୍କାର କରିଛନ୍ତି। ସ୍ବେଚ୍ଛାସେବୀ ସଂଗଠନର ଏହି କାର୍ଯ୍ୟକୁ ଅଞ୍ଚଳରେ ପ୍ରଶଂସା କରାଯାଉଛି।

ଏନେଇ ବୀରମହାରାଜପୁର ବରିଷ୍ଠ ନାଗରିକ ସଙ୍ଗଠନର ସଭାପତି ଉକ୍ତ ଘଟଣାକୁ ନିନ୍ଦା କରିଛନ୍ତି। ଆଧୁନିକ ସମାଜରେ ଏଭଳି କୁସଂସ୍କାର ନିନ୍ଦନୀୟ କହିବା ସହିତ ମୃତଦେହ ଦୀର୍ଘ ସମୟ ପଡ଼ି ରହିବା ଲଜ୍ଜାଜନକ ବୋଲି କହିଛନ୍ତି। ଏହା ସହିତ ଅନ୍ତିମ ସଂସ୍କାର କରିଥିବା ସ୍ବେଚ୍ଛାସେବୀମାନେ ପ୍ରଶଂସାର ପାତ୍ର ବୋଲି କହିଛନ୍ତି। ଏନେଇ ବୀରମହାରାଜପୁର ବିଡିଓ ସୁଶ୍ରୀ ପ୍ରିୟଦର୍ଶିନୀ ମିର୍ଦ୍ଧାଙ୍କୁ ପଚାରିବାରୁ ଏନେଇ ଆମକୁ ପଞ୍ଚାୟତ ତରଫରୁ ବା ଅନ୍ୟ କୌଣସି ସୂତ୍ରରୁ ସୂଚନା ଦେଇ ନାହାନ୍ତି ବୋଲି କହିବା ସହିତ ସ୍ବେଚ୍ଛାସେବୀଙ୍କୁ ସାଧୁବାଦ ଜଣାଇଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ଗୁଳିମାଡ଼ କଲେ ସରପଞ୍ଚ

କଣ୍ଟାମାଳ,୨୮ା୯(ଆଦିରେଶ୍ୱର ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କ ଗୁଳିମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ବୌଦ୍ଧ ଜିଲା ମନମୁଣ୍ଡା ଥାନା କସୁରବନ୍ଧ ଗାଁରେ। ଗୁରତର...

ସୁଧୁରୁନି ସହରର ଟ୍ରାଫିକ ବ୍ୟବସ୍ଥା

ଖୋର୍ଦ୍ଧା,୨୮ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସହରର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନୂଆବସ୍‌ଷ୍ଟାଣ୍ଡଠାରୁ ଟ୍ରାଫିକ ଛକ, ପଲ୍ଲା ଛକ, ଖୋର୍ଦ୍ଧା-ନୟାଗଡ଼ ରାସ୍ତାର ମୁକୁନ୍ଦପ୍ରସାଦଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ...

ଗ୍ରାମ୍ୟ ଉନ୍ନୟନ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୮ା୯ (କଳ୍ପତରୁ ନାୟକ): ସରକାର ପ୍ରତିବର୍ଷ ରାସ୍ତାଘାଟ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ସ୍ଥାନରେ ଦାୟିତ୍ୱରେ ଥିବା ଅଧିକାରୀ, ଠିକାଦାରଙ୍କ...

ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କ ଶିକ୍ଷାର ବିକାଶ ସହ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଛି । ଏଥିପାଇଁ ପ୍ରତିବର୍ଷ ବିଭିନ୍ନ...

ବୃଦ୍ଧଙ୍କ ଉପରେ ବୋଝ: ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅ

ଆଳି,୨୮ା୯(ବନମାଳୀ ସେନାପତି): ହସଖୁସିରେ ପୂରି ଉଠୁଥିବା ସଂସାର ଉପରେ ଏବେ ଦୁଃଖର କଳା ବାଦଲ ଘୋଟିଯାଇଛି। ବୃଦ୍ଧ ଅବସ୍ଥାରେ ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅଙ୍କ...

ଧାର୍ମିକ, ପରିବେଶ ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳା, ପୂରଣ ହେଉନି ଅଧିକାରୀ ପଦବୀ

କେନ୍ଦ୍ରାପଡ଼ା,୨୮ା୯ (ଜଗନ୍ନାଥ ଧଳ): ରାଜ୍ୟ ଶାସନର ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଗତ ୨୨ ତାରିଖରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ରାପଡ଼ା...

ଭଦ୍ରକରେ ଇଣ୍ଟରନେଟ୍‌ ସେବା ବନ୍ଦ: ୧୦ ଗିରଫ

ଭଦ୍ରକ,୨୮।୯: ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼ କରିଛନ୍ତି।...

୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌: ୪ ମୃତ

ବାଲେଶ୍ୱର, ୨୮।୯(ବାଞ୍ଛାନିଧି ଦେ): ୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌। ଫଳରେ ୨୩ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri