Categories: ଜାତୀୟ

ରାହୁଲଙ୍କ ନେତୃତ୍ୱକୁ କେହି କରିବେନି ସ୍ବୀକାର: ଭାଜପା…

ନୂଆଦିଲ୍ଲୀ,୨୦।୩ : ଭାଜପା ରାଜ୍ୟସଭା ଏମ୍‌ପି ହରନାଥ ସିଂ ଯାଦବ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ କେହି ସ୍ବୀକାର କରିବେ ନାହିଁ। କାରଣ ସେ ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଅଛନ୍ତି। ସେ ଦେଶର ଶତ୍ରୁମାନଙ୍କର ଭାଷା କୁହନ୍ତି ଏବଂ ସେମାନଙ୍କୁ ସମର୍ଥନ କରନ୍ତି। ଏନେଇ ରାହୁଲଙ୍କ ଏମ୍‌ପି ସଦସ୍ୟତା ରଦ୍ଦ କରାଯିବା ଉଚିତ।

ସୂଚନାଯୋଗ୍ୟ, ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ରାହୁଲ ଦେଇଥିବା ବିବୃତ୍ତି ପାଇଁ ଭାଜପା ଲଗାତାର ସମାାଲୋଚନା ଜାରୀ ରଖିଛି। ଗତ କିଛି ଦିନ ହେବ ପ୍ରତିଦିନ ଭାଜପାର ବଡ ନେତାମାନେ ତାଙ୍କ ବିରୋଧରେ ଗଣମାଧ୍ୟମ ସମ୍ମିଳନୀ କରୁଛନ୍ତି।

Share