ଆମେରିକାରେ ଏବେ କାହାକୁ ମିଳିବ ନାହିଁ ମୃତ୍ୟୁଦଣ୍ଡ!

ୱାଶିଂଟନ,୮ ।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ ଦେଶରେ କୌଣସି ଅପରାଧିଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ନିୟମରେ ପରିବର୍ତ୍ତନ କରିବାକୁ ଚିନ୍ତା କରିଛନ୍ତି । ଗତ ନଭେମ୍ବରରେ ନିର୍ବାଚନ ଜିତିବା ବେଳେ ବାଇଡେନ୍ ଏହି ଘୋଷଣା କରିଥିବା ବେଳେ ଏବେ ଏହା ଉପରେ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିବା ଜଣାପଡିଛି । ଆମେରିକା ଇତିହାସରେ ମୃତ୍ୟୁଦଣ୍ଡକୁ ବିରୋଧ କରୁଥିବା ପ୍ରଥମ ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ସଜା ହଟାଇବା ଲାଗି ଆଇନଜୀବୀଙ୍କ ପରାମର୍ଶ ନେବା ଆରମ୍ଭ କରିଥିବା ସୂଚନା ରହିଛି । ଆସୋସିଏଟେଡ ପ୍ରେସର ଖବର ଅନୁଯାୟୀ, ବାଇଡେନ୍ ପ୍ରଶାସନର ଅଧିକାରୀଙ୍କ କହିବା କଥା ହେଲା ରାଷ୍ଟ୍ରପତି ନ୍ୟାୟ ବିଭାଗକୁ ମୃତ୍ୟୁ ଦଣ୍ଡ ଦେବା ବନ୍ଦ କରିବା ପୂର୍ବରୁ ସମସ୍ତ ଆଇନଗତ ଦିଗ ଉପରେ ଅବଗତ ହେବାକୁ ଚାହୁଁଛନ୍ତି । ଯଦି ବାଇଡେନ ଏହା କରିବାରେ ସଫଳ ହୁଅନ୍ତି ତେବେ ଏହା ଇତିହାସ ହେବ ବୋଲି କୁହାଯାଉଛି ।

Share